ନୂଆଦିଲ୍ଲୀ: ୬୧୧ ଦିନ ପରେ କରତାରପୁର କରିଡର ଖୋଲିଛି । ପ୍ରଥମ ଦିନ କେନ୍ଦ୍ର ଏବଂ ପଞ୍ଜାବର ୧୦୦ ଅଧିକାରୀ ପାକିସ୍ତାନ ଯିବେ । ସ୍ୱତନ୍ତ୍ର ଅନୁମତି ପରେ ଏହି ଅଧିକାରୀମାନଙ୍କୁ ବର୍ଡର ଆରପଟକୁ ନିଆଯିବ । ଆସନ୍ତା କାଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ତାଙ୍କ କ୍ୟାବିନେଟ ସହ କାରତାରପୁର ସାହିବ ଦର୍ଶନ କରିବେ । କୋଭିଡ ଭ୍ୟାକ୍ସିନ ଏବଂ ଏହାର ପ୍ରୋଟୋକଲ ମାନିବା ବାଧ୍ୟତାମୂଳକ କରାଯାଇଛି । ତେବେ ସାଧାରଣ ନାଗରିକ ଏହାକୁ ଦର୍ଶନ କରିବା ପାଇଁ ଆହୁରି ୮ରୁ୧୦ ଦିନ ଅପେକ୍ଷା କରିବାକୁ ପଡିବ ।
କରତାରପୁର କରିଡରର ଲମ୍ବ ୪.୫ କିଲୋମିଟର । ନଭେମ୍ବର ୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିଥିଲେ । ପାକିସ୍ତାନ ଯିବା ପାଇଁ ଏଥି ନିମନ୍ତେ ଭିସାର ଆବଶ୍ୟକତା ନାହିଁ । କରୋନା ମହାମାରୀ ଯୋଗୁ ୧୬ ମାର୍ଚ୍ଚ ୨୦୨୦ରେ ଏହାର ରେଜିଷ୍ଟ୍ରେଶନ ବନ୍ଦ କରାଯାଇଥିଲା ।
Comments are closed.