Latest Odisha News

BREAKING NEWS

ବିଲେଇ ବଞ୍ଚାଇଲା ନବଜାତର ଜୀବନ, ଡ୍ରେନରୁ ଉଦ୍ଧାର କଲା ମୁମ୍ବାଇ ପୋଲିସ

ମୁମ୍ବାଇ: ବିଲେଇ ବଞ୍ଚାଇଲା ନବଜାତର ଜୀବନ । ଏହି କଥା ଶୁଣିଲା ବେଳକୁ ଟିକେ ଅଡୁଆ ଲାଗୁଥିବ । ଏହା କେମିତି ସମ୍ଭବ ହେଲା ଭାବୁଥିଲେ । କିନ୍ତୁ ପୁରା ଘଟଣା ଜାଣିଲେ ଆପଣ ଆଶ୍ଚଯ୍ୟ ହେବେ । ମୁମ୍ବାଇରେ ଏମିତି ଏକ ଘଟଣାକୁ ନେଇ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର । କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ଆୟୁଷ ଥିଲେ ଯମ ବି ପାଖ ମାଡ଼ି ପାରିବ ନାହିଁ । ମୁମ୍ବାଇର ଏହି ଘଟଣା ଏହି ଦୁଇଟି ଲାଇନର ଯଥାର୍ଥତା ଦର୍ଶାଉଛି ।

ପନ୍ତନଗର ଅଞ୍ଚଳରୁ ମୁମ୍ବାଇ ପୋଲିସ ଏକ ନବଜାତକୁ ଡ୍ରେନରୁ ଉଦ୍ଧାର କରିଥିଲା । କଅଁଳା ଛୁଆକୁ କପଡାରେ ଗୋଡ଼ାଇ କେହି ନାଳରେ ଫିଙ୍ଗି ଦେଇଥିବା ଦେଖିଥିଲେ କିଛି ସ୍ଥାନୀୟ ଲୋକ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ଶିଶୁଟିକୁ ଉଦ୍ଧାର କରିଥିଲା ।

କିନ୍ତୁ ପିଲାଟି ଉପରେ କିଭଳି ସମସ୍ତଙ୍କର ନଜର ପଡ଼ିଲା ତାହା ସବୁଠୁ ଚର୍ଚ୍ଚିତ ପ୍ରସଙ୍ଗ । ଲୋକମାନେ ଦେଖିଲେ ଡ୍ରେନ୍ ନିକଟରେ କିଛି ବିଲେଇ ଚିତ୍କାର କରୁଥିଲେ । କାହିଁକି ବିଲେଇ ଏଭଳି ରଡ଼ି ଛାଡୁଛନ୍ତି ଦେଖିବାକୁ ଗଲା ବେଳେ ନବଜାତ ସେଠାରେ ପଡ଼ିଥିବା ଦେଖିଥିଲେ ଲୋକ ।

ମୁମ୍ବାଇ ପୋଲିସର ନିର୍ଭରା ସ୍କ୍ୱାଡ୍ ଟିମ୍ ଶିଶୁକୁ ଉଦ୍ଧାର କରି ସ୍ଥାନୀୟ ରାଜାବାଡି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତାର ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଅଛି । ଏହି ଖବର ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ମୁମ୍ୱାଇ ପୋଲିସକୁ ଚାରିଆଡୁ ପ୍ରଶଂସା ମିଳୁଛି ।

ବିଲେଇ ପାଇଁ ବଞ୍ଚିଗଲା ଜୀବନ । ଲୋକମାନେ ଘରେ ବିଲେଇ ପାଳି ଆଥାନ୍ତି । କେହି କେହି ବିଲେଇଙ୍କୁ ମାରି ବି ଦେଉଛନ୍ତି । କିନ୍ତୁ ସେହି ବିଲେଇ ମୁମ୍ୱାଇରେ ଡ୍ରେନରେ ଭାସି ଯାଉଥିବା ନିଷ୍ପାପ ନବଜାତର ଜୀବନକୁ ବଞ୍ଚାଇଦେଲା । ଜୀବେ ଦୟା ପ୍ରତି ମଣିଷ ନିଷ୍ଠୁର ହେବା ଉଚିତ ନୁହେଁ ।

Leave A Reply

Your email address will not be published.