ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୨ରେ ଭାରତ ସେମିଫାଇନାଲରୁ ବିଦାୟ ନେବା ପରେ ପ୍ରଶଂସକ ଏବଂ ଖେଳାଳିମାନେ ଏକପ୍ରକାର ଭାଙ୍ଗି ପଡିଛନ୍ତି । ସମସ୍ତ ପରୀକ୍ଷା ନିରୀକ୍ଷା ସତ୍ୱେ ଭାରତ ପୁନର୍ବାର ବିଶ୍ୱକପ ହାତେଇବାରେ ବିଫଳ ହୋଇଛି । ତେବେ ଏହି ବିଶ୍ୱକପ ପରେ ଟିମ ଇଣ୍ଡିଆର କେତେକ ବରିଷ୍ଠ ଖେଳାଳି ଅବସର ନେବେ ବୋଲି ଅନୁମାନ କରାଯାଉଛି । ଦୀନେଶ କାର୍ତିକ ଓ ରବିଚନ୍ଦ୍ରନ ଅଶ୍ୱୀନ ଖୁବ ଶୀଘ୍ର ଆନ୍ତର୍ଜାତୀୟ ଟି୨୦କୁ ଅଲବିଦା କହିପାରନ୍ତି । ୩୭ ବର୍ଷୀୟ କାର୍ତିକ ୨୦୧୯ପରଠାରୁ ଅଣଦେଖା ହେଉଥିଲେ ମଧ୍ୟ ଆଇପିଏଲରେ ଭଲ ପ୍ରଦର୍ଶନ କରିବା ଯୋଗୁ ୨୦୨୨ ଜାତୀୟ ଦଳକୁ ଫେରିଥିଲେ ।
ଏବେ ତାଙ୍କୁ ଆଉ ସୁଯୋଗ ପ୍ରଦାନ କରାଯିବା ନେଇ ସନ୍ଦେହ ସୃଷ୍ଟି ହେଉଛି । ସେହିପରି ୩୬ ବର୍ଷୀୟ ଅଶ୍ୱୀନ ମଧ୍ୟ ଏହି ପଦକ୍ଷେପ ଗ୍ରହଣ କରିପାରନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ କଥା ରୋହିତ ଶର୍ମା ମଧ୍ୟ ଟି୨୦ ଦୂରେଇ ଯିବେ ବୋଲି ଖବର ପ୍ରକାଶ ପାଇଛି । ଏହା ସତ କି ମିଛ ଅବଶ୍ୟ କିଛି ଦିନ ମଧ୍ୟରେ ଜଣାପଡିଯିବ ।
Comments are closed.