Latest Odisha News

BREAKING NEWS

ରାଇଜିଂ ଗ୍ଲୋବାଲ ସୁପରଷ୍ଟାର ସମ୍ମାନରେ ସମ୍ମାନିତ ହେବେ କାର୍ତ୍ତିକ

ମୁମ୍ବାଇ: ରାଇଜିଂ ଗ୍ଲୋବାଲ ସୁପରଷ୍ଟାର ସମ୍ମାନରେ ସମ୍ମାନିତ ହେବେ ବଲିଉଡ଼ ଅଭିନେତା କାର୍ତ୍ତିକ ଆର୍ଯ୍ୟନ । ମେଲବର୍ଣ୍ଣର ୧୪ତମ ବାର୍ଷିକ ଭାରତୀୟ ଚଳଚ୍ଚିତ୍ର ମହୋତ୍ସବରେ ସେ ଏହି ସମ୍ମାନରେ ସମ୍ମାନିତ ହେବେ । ଭାରତୀୟ ସିନେମାରେ ତାଙ୍କର ଉଲ୍ଲେଖନୀୟ ସଫଳତାକୁ ନେଇ ଭିକ୍ଟୋରିଆର ରାଜ୍ୟପାଳ କାର୍ତ୍ତିକଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ । ଏହାକୁ ନେଇ କାର୍ତ୍ତିକ ବହୁତ ଖୁସି ଥିବା ବେଳେ ତାଙ୍କ ପ୍ରଶଂସକମାନେ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି ।

ଏହି ମହୋତ୍ସବ ଅଗଷ୍ଟ ୧୧ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଏହି ଉତ୍ସବରେ ସତ୍ୟପ୍ରମ କି କଥା ଏବଂ ଭୁଲ ଭୁଲେୟା ସହିତ କାର୍ତ୍ତିକଙ୍କ ଫିଲ୍ମର ଅନେକ ସ୍କ୍ରିନିଂ ମଧ୍ୟ ଦେଖିବାକୁ ମିଳିବ । ଏହି ସମୟରେ ନିର୍ମାତା କରଣ ଜୋହରଙ୍କୁ ମଧ୍ୟ ବଲିଉଡରେ ୨୫ବର୍ଷ ପୂରଣ କରି ଥିବାରୁ ସମ୍ମାନିତ କରାଯିବ । ଏନେଇ କାର୍ତ୍ତିକ କହିଛନ୍ତି, ଏହି ସମ୍ମାନଜନକ ପୁରସ୍କାର ପାଇଁ ମୁଁ ଭିକ୍ଟୋରିଆ ସରକାରଙ୍କୁ କୃତଜ୍ଞତା ଜଣାଉଛି । ଭାରତୀୟ ସିନେମାରେ ମୋର କାମ ଲାଗି ଏହି ସମ୍ମାନ ପାଇବା ଏହା ମୋ ପାଇଁ ଏକ ବଡ଼ ସୌଭାଗ୍ୟ ।

୨୦୧୧ ମସିହାରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଫିଲ୍ମ ‘ପ୍ୟାର କା ପଞ୍ଚନାମା’ ରେ ବଲିଉଡ ଡ଼େବ୍ୟୁ କରିଥିଲେ । ତାଙ୍କର କଠିନ ପରିଶ୍ରମ ଓ ଉତ୍କୃଷ୍ଟ ଅଭିନୟ ଯୋଗୁ ବଲିଉଡ଼ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେ କିଛି ହିଟ ଫିଲ୍ମ ଭେଟି ଦେଇଥିବା ବେଳେ ଓଟିଟି ପ୍ଲାଟଫର୍ମରେ ମଧ୍ୟ ତାଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି ।

Comments are closed.