Latest Odisha News

BREAKING NEWS

ବୟୋଜ୍ୟେଷ୍ଠ ଭାରତୀୟ ଭାବେ ଆନ୍ତର୍ଜାତୀୟ ଟି୨୦ରେ ଅର୍ଦ୍ଧଶତକ ହାସଲ କଲେ କାର୍ତିକ

ରାଜକୋଟ: ଏଠାରେ ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚରେ ଦୀନେଶ କାର୍ତିକଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ୧୭୦ ରନର ବିଜୟ ଲକ୍ଷ୍ୟ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ରଖିଛି । ଏହି ମ୍ୟାଚରେ କାର୍ତିକ ୨୭ ବଲରେ ୫୫ ରନ ସଂଗ୍ରହ କରିଥିଲେ । ୧୬ ବର୍ଷ ଆନ୍ତର୍ଜାତୀୟ ଟି୨୦ କ୍ୟାରିୟରରେ କାର୍ତିକଙ୍କ ଏହା ପ୍ରଥମ ଟି୨୦ ଅର୍ଦ୍ଧଶତକ । ସେ ବୟୋଜ୍ୟେଷ୍ଠ ଭାରତୀୟ(୩୭ ବର୍ଷ) ଭାବେ ମଧ୍ୟ ଟି୨୦ରେ ଅର୍ଦ୍ଧଶତକ ହାସଲ କରିଛନ୍ତି । କାର୍ତିକ ତାଙ୍କ ପ୍ରଥମ ଟି୨୦ ମ୍ୟାଚ ୨୦୦୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ । ଟସ ହାରି ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିଥିଲା ।

ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଭାରତର ବଡ ସ୍କୋର ନେଇ ସଂଶୟ ସୃଷ୍ଟି ହୋଇଥିଲା । କାର୍ତିକଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା ୪୬ ଓ ଈଶାନ କିଶାନ ୨୭ ରନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ୫ ମ୍ୟାଚ ବିଶିଷ୍ଟ ସିରିଜର ଏହା ଚତୁର୍ଥ ମ୍ୟାଚ । ଦକ୍ଷିଣ ଆଫ୍ରିକା ୨-୧ରେ ଆଗୁଆ ରହିଛି ।

Leave A Reply

Your email address will not be published.