Latest Odisha News

BREAKING NEWS

କାର୍ତ୍ତିକ ଚନ୍ଦ୍ର ପ୍ରଧାନଙ୍କ ‘ଲୀଳାମୟ ନୀଳାଦ୍ରୀଶ’ ଉନ୍ମୋଚିତ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରର ଇତିହାସ ସହ ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କିତ ତଥ୍ୟ ଓ ତତ୍ତ୍ଵ ଉପରେ ଆଧାରିତ କାର୍ତ୍ତିକ ଚନ୍ଦ୍ର ପ୍ରଧାନଙ୍କ ରଚିତ ଗବେଷଣାତ୍ମକ ପୁସ୍ତକ “ଲୀଳାମୟ ନୀଳାଦ୍ରୀଶ” ସିଂହଦ୍ବାର ସମ୍ମୁଖରେ ଉନ୍ମୋଚିତ ହୋଇଯାଇଛି । ସୁନାବେଶ, ଭଜନ ସମାରୋହ, ଶ୍ରୀଜଗନ୍ନାଥ ଧର୍ମ ସଂସ୍କୃତି ସୁରକ୍ଷା ସଙ୍ଗଠନ ଓଡ଼ିଶା ଓ ମିଶନ ଓଡ଼ିଶା ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୀତିକାର ବଦ୍ରି ମିଶ୍ର ,ଦଇତାପତି ମନୋଜ ଦାସମହାପାତ୍ର ମଧୂସୁଦନ ମିଶ୍ର ଉକ୍ତ ପୁସ୍ତକକୁ ଉନ୍ମୋଚିତ କରିଥିଲେ ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଇଛାଶକ୍ତିର ଅଭାବ ଭିତରେ ବ୍ୟକ୍ତିଗତ ଉଦ୍ୟମରେ ଏ ଚେଷ୍ଟା ଅଭିନନ୍ଦନୀୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.