ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଫିଲ୍ମ ‘ଶେହଜାଦା’ର ଶୁଟିଂ ସମୟରେ କାର୍ତ୍ତିକ ଏକ ଛୋଟ ଦୁର୍ଘଟଣାର ଶିକାର ହୋଇଛନ୍ତି । ଫଳରେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଛି। କାର୍ତ୍ତିକ ଆର୍ଯ୍ୟନ ନିଜେ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ସୂଚନା ଦେଇଛନ୍ତି ।
ଆର୍ଯ୍ୟନ କହିଛନ୍ତି, ସୋମବାର ବିଳମ୍ବିତ ରାତିରେ କାର୍ତ୍ତିକ ଆର୍ଯ୍ୟନ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଫଟୋ ସେୟାର କରି ସୂଚନା ଦେଇଛନ୍ତି । ଫଟୋଟିରେ ଦେଖିବାକୁ ମିଳିଛି ବରଫରେ ପରିପୂର୍ଣ୍ଣ ଏକ ବାଲ୍ଟିରେ କାର୍ତ୍ତିକ ଆର୍ଯ୍ୟନ ବାମ ଗୋଡ ଧରି ବସିଛନ୍ତି । ଏହି ଫଟୋର କ୍ୟାପସନରେ ଲେଖିଛନ୍ତି ଯେ- ଡ୍ୟାନ୍ସ କରୁଥିବା ସମୟରେ ଆଣ୍ଠୁ ଭାଙ୍ଗିଗଲା, 2023 ବର୍ଷର ଆଇସ୍ ବାଲ୍ଟି ଚ୍ୟାଲେଞ୍ଜ ବର୍ତ୍ତମାନ ଆରମ୍ଭ ହେଉଛି।’ ଏଭଳି ପରିସ୍ଥିତିରେ କାର୍ତ୍ତିକ ଆର୍ଯ୍ୟଙ୍କ ଏହି ଇନଷ୍ଟା ପୋଷ୍ଟରୁ ଅନୁମାନ କରାଯାଇପାରେ ଯେ ତାଙ୍କ ଆଘାତ ଅତ୍ୟନ୍ତ ଗମ୍ଭୀର ନୁହେଁ । ଅନ୍ୟପକ୍ଷରେ କାର୍ତ୍ତିକ ଆର୍ଯ୍ୟନଙ୍କ ଏହି ଫଟୋ ଦେଖି ତାଙ୍କ ପ୍ରଶଂସକମାନେ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।
View this post on Instagram
ତେବେ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଶେହଜାଦା’ର ଟ୍ରେଲର ୧୨ ଜାନୁଆରୀରେ ରିଲିଜ ହେବାକୁ ଯାଉଥିବା ବେଳେ ୧୦ ଫେବୃଆରୀରେ ପରଦାରେ ଦେଖିବେ ଦର୍ଶକ । ଯାହାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଫ୍ୟାନ୍ସ ।
Comments are closed.