Latest Odisha News

BREAKING NEWS

ପ୍ରେମରେ ଅନଲକି ବୋଲି କହିଲେ କାର୍ତିକ

ମୁମ୍ବାଇ: ମୁଁ ପ୍ରେମରେ ଅନଲକି ବୋଲି ବଲିଉଡର ଉଦୀୟମାନ ସୁପରଷ୍ଟାର କାର୍ତିକ ଆର୍ଯ୍ୟନ କହିଛନ୍ତି । ଏବେ ମୁଁ ଏକୁଟିଆ ଅଛି ବୋଲି ସେ କହିଛନ୍ତି । କାର୍ତିକଙ୍କ ନାମ ସାରା ଅଲୀ ଖାଁ ଓ ଅନନ୍ୟା ପାଣ୍ଡେଙ୍କ ସହ ଯୋଡା ଯାଉଥିଲା । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ମୋର ବ୍ୟକ୍ତିଗତ ଜୀବନ ଉପରେ ଅନେକ ଆଲୋଚନା ହେଉଥିଲା । ଏହା ମଧ୍ୟରେ କିଛି ସତ ଓ ମିଛ ଥିଲା । ମୁଁ ଏବେ କାହାକୁ ଡେଟ କରୁନି । ହଁ ଏହା ନିଶ୍ଚିତ ପ୍ରେମକୁ କିଣି ହେବନି । ଲୋକପ୍ରିୟ ହେବା ପରେ କାମ ଓ ଅର୍ଥ ରୋଜଗାରରେ ଆମର ସମୟ ନଷ୍ଟ ହୋଇଥାଏ ।

ଲଭ ଆଜ କଲ ଫିଲ୍ମର ଶୁଟିଂ ଅବସରରେ ସାରା ଓ କାର୍ତିକଙ୍କ ପ୍ରେମ ସମ୍ପର୍କ ବେଶ ଚର୍ଚ୍ଚାର କାରଣ ସାଜିଥିଲା । କିଛି ଦିନ ପରେ ସେମାନଙ୍କ ବ୍ରେକଅପ ହୋଇଥିଲା । କଫି ୱିଥ କରନ ୮ରେ କାର୍ତିକଙ୍କ ନାମ ନ ନେଇ ସାରା କିନ୍ତୁ ପ୍ରେମ ସମ୍ପର୍କ ଥିବା ସ୍ୱୀକାର କରିଥିଲେ । କାର୍ତିକ ଏକ ଚନ୍ଦୁ ଚାମ୍ପିୟନ ଫିଲ୍ମର ରିଲିଜ ନେଇ ବ୍ୟସ୍ତ ଅଛନ୍ତି । ଭାରତର ପ୍ରଥମ ପାରା ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ମୂରଲୀକାନ୍ତ ପେଟକରଙ୍କ ଜୀବନୀ ଉପରେ ଏହା ଆଧାରିତ ।

Leave A Reply

Your email address will not be published.