Latest Odisha News

BREAKING NEWS

ଅନୁରାଗ ବାସୁଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବେ କାର୍ତିକ ଆର୍ଯ୍ୟନ

ମୁମ୍ବାଇ: ଭୁଲ ଭୁଲୈୟା ୨ଫିଲ୍ମର ସଫଳତା ପରେ ଅନେକ ନିର୍ମାତାଙ୍କ ନଜର କାର୍ତିକ ଆର୍ଯ୍ୟନଙ୍କ ଉପରେ ରହିଛି । ସେ ମଧ୍ୟ କିଛି ଦିନ ତଳେ ଏକ ସାକ୍ଷାତକାରରେ କହିଥିଲେ ମୋର ସାମାନ୍ୟ ଭୁଲ ଫିଲ୍ମ ଚୟନ ମୋ କ୍ୟାରିୟରକୁ ବର୍ବାଦ କରିଦେଇପାରେ । ରିପୋର୍ଟ ମୁତାବକ ନିର୍ଦ୍ଦେଶକ ଅନୁରାଗ ବାସୁଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବା ପାଇଁ କାର୍ତିକ ରାଜି ହୋଇଛନ୍ତି । ଅବଶ୍ୟ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନାହିଁ । କାର୍ତିକ ଏବେ ସତ୍ୟ ପ୍ରେମ କି କଥା ଓ ଶେହଜାଦାର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ପରେ ସେ ଅନୁରାଗ ଫିଲ୍ମ ସମ୍ପର୍କରେ ନିଷ୍ପତି ନେବେ । ପ୍ରେମ କାହାଣୀ ଉପରେ ଆଧାରିତ ଏହି ଫିଲ୍ମ ସମ୍ପୂର୍ଣ୍ଣ ଭାବେ ଭିନ୍ନ ଧରଣର ହେବ ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି ।

ଅନୁରାଗ ସାୟା, ମର୍ଡର, ଗ୍ୟାଙ୍ଗଷ୍ଟାର, ବର୍ଫି ଓ ଲୁଡୋ ପରି ଫିଲ୍ମ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । କାର୍ତିକ ଏବଂ ଅନୁରାଗ ଯୋଡି ନିଶ୍ଚିତ ଭାବେ ଦର୍ଶକମାନଙ୍କୁ ପସନ୍ଦ ଅସିବ ବୋଲି ଆଶା କରାଯାଉଛି । ସୁଶାନ୍ତ ସିଂ ରାଜପୁତଙ୍କ ପରେ ବଲିଉଡରେ ଏବେ ସବୁଠାରୁ ଲୋକପ୍ରିୟ ଅଭିନେତା ହେଉଛନ୍ତି କାର୍ତିକ । ତାଙ୍କ ଫିଲ୍ମ ପ୍ରତି ଯୁବପିଢ଼ିଙ୍କ ଆଗ୍ରହ ରହିଛି । ଦେଖାଯାଉ ଏହି ଯୋଡି ବକ୍ସ ଅଫିସରେ କଣ କମାଲ କରୁଛନ୍ତି ।

Comments are closed.