Latest Odisha News

ଫିଲ୍ମ ‘ସତ୍ୟନାରାୟଣ କୀ କଥା ‘ରେ ଅଭିନୟ କରିବେ କାର୍ତ୍ତିକ

ନୂଆଦିଲ୍ଲୀ: ବୁଧବାର ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ତାଙ୍କ ନୂଆ ଫିଲ୍ମ ବିଷୟରେ ଘୋଷଣା କରିଛନ୍ତି। ସେ ତାଙ୍କ ଆଗାମୀ ହିନ୍ଦୀ ଫିଲ୍ମ ‘ସତ୍ୟନାରାୟଣ କୀ କଥା ‘ରେ ଅଭିନୟ ନେଇ ପ୍ରଶଂସକଙ୍କୁ ସୂଚନା ପ୍ରଦାନ କରିଛନ୍ତି।

ଏହି ଚଳଚ୍ଚିତ୍ରଟି ଏକ ପ୍ରେମ କାହାଣୀ ଉପରେ ଆଧାରିତ ବୋଲି ଜଣାପଡ଼ିଛି। ସେ ସୋସିଆଲ୍‌ ମିଡିଆରେ ଫିଲ୍ମର ଏକ ପ୍ରୋମୋ ସେୟାର କରିଛନ୍ତି। ଏହାସହ ସେ ଉଲ୍ଲେଖ କରିଛନ୍ତି ଯେ “ମୋ ହୃଦୟର ଏକ କାହାଣୀ # ସତ୍ୟନାରାୟଣ କୀ କଥା।”

‘ସତ୍ୟନାରାୟଣ କୀ କଥା’ର ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ପ୍ରଥମ କରି ବଲିଉଡ୍‌ ଡେବ୍ୟୁ କରିଥିବା ସମୀର ବିଦ୍ବାନ। ତେବେ ଏଥିରେ କାର୍ତ୍ତିଙ୍କ ବିପକ୍ଷରେ ନାୟିକା କିଏ ହେବେ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।

Comments are closed.