Latest Odisha News

BREAKING NEWS

ଭାଲୁ ଆକ୍ରମଣରେ ୨ ଗୁରୁତର

କାମାକ୍ଷାନଗର : ଜଙ୍ଗଲକୁ ଛତୁ ଖୋଜିବାକୁ ଯାଇଥିବା ବେଳେ ଭାଲୁ କାମୁଡ଼ାରେ ୨ ଗୁରୁତର । ଢେଙ୍କାନାଳ କାମାକ୍ଷାନଗର ଥାନା ବ୍ରାହ୍ମଣିଆ ଗାଁରେ ଛତୁ ଖୋଜିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନେ ହେଲେ ବ୍ରାହ୍ମଣିଆ ଗାଁର ବ୍ରହ୍ମାନନ୍ଦ ନାୟକ ଓ ପବିତ୍ର ନାୟକ ।
୨ଜଣ ଜଙ୍ଗଲକୁ ଛତୁ ଖୋଜିବାକୁ ଯାଇଥିଲେ । ଛତୁ ଖୋଜୁଥିବା ବେଳେ ଏକ ଭାଲୁ ପ୍ରଥମେ ଧର୍ମାନନ୍ଦଙ୍କୁ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।
Leave A Reply

Your email address will not be published.