Latest Odisha News

ଆସନ୍ତା ମାସରୁ କାର୍ତ୍ତିକ ଆର୍ୟନଙ୍କ ‘ଆଶିକି ୩’ର ସୁଟିଂ ଆରମ୍ଭ

ମୁମ୍ବାଇ: କମେଡି ଏବଂ ହରର ସିନେମାରେ ଅଭିନୟ କରି ବଲିଉଡରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିଥିବା ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଆଗାମୀ ଫିଲ୍ମ ‘ଆଶିକି ୩’କୁ ନେଇ ଚର୍ଚ୍ଚାରେ।

ଫିଲ୍ମ ‘ଆଶିକି ୩’ର ସୁଟିଂ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଛି।ଫିଲ୍ମର ନିର୍ଦ୍ଦେଶକ ଅନୁରାଗ ବାସୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଫିଲ୍ମ ‘ଆଶିକି ୩’ର ପ୍ରି-ପ୍ରଡକ୍ସନ କାମ ଚାଲିଛି। ଏହି ଫିଲ୍ମର ସୁଟିଂ ଆସନ୍ତା ମାସ ଅର୍ଥାତ୍ ମାର୍ଚ୍ଚରୁ ଆରମ୍ଭ ହେବ। ତେବେ ଏହି ଖବର ପରେ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିଯାଇଛି।

ଆଗକୁ ଅଭିନେତା କାର୍ତ୍ତିକ ଆର୍ୟନଙ୍କୁ ‘ଆଶିକି ୩’ ଫିଲ୍ମ ବ୍ୟତୀତ  ଅନେକ ବ୍ଲକବଷ୍ଟର ବଲିଉଡ୍ ସିନେମାରେ ଦେଖିବାକୁ ମିଳିବ। କାର୍ତ୍ତିକ ଆର୍ୟନଙ୍କ ଆଗାମୀ ଫିଲ୍ମ ମଧ୍ୟରେ ‘କ୍ୟାପ୍ଟେନ୍ ଇଣ୍ଡିଆ’, ‘ତୁ ମେରି ମୈଁ ତେରା, ମୈଁ ତେରା ତୁ ମେରୀ’, ‘ପତି ପତ୍ନୀ ଔର ୱୋ ୨’, ଏବଂ ‘ଭୁଲ ଭୁଲୈୟା ୪’ ଭଳି ବଡ ବଜେଟ୍ ଫିଲ୍ମ ଅନ୍ତର୍ଭୁକ୍ତ ଅଛି।

Comments are closed.