Latest Odisha News

BREAKING NEWS

ଉଦିତ ନାରାୟଣଙ୍କ ପିଛା ଛାଡୁନି ବିବାଦ: ଏବେ ଗାୟିକାଙ୍କୁ କିସ୍ କରୁଥିବା ଭିଡିଓ ଭାଇରାଲ

ମୁମ୍ବାଇ: ପିଛା ଛାଡୁନି ବଲିଉଡର ଜଣାଶୁଣା ଗାୟକ ଉଦିତ ନାରାୟଣଙ୍କ ବିବାଦ। ସୋସିଆଲ ମିଡିଆରେ କିସିଙ୍ଗ ଭିଡିଓ ଭାଇରାଲ ହେବା ପରେ ଏବେ ଉଦିତଙ୍କ କିଛି ପୁରୁଣା ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ସେ କିଛି ଗାୟିକାଙ୍କୁ ଚୁମ୍ବନ କରୁଛନ୍ତି। ଏହି ପୁରୁଣା ଭିଡିଓ ଏବେ ପୁଣି ଥରେ ଭାଇରାଲ ହେଉଛି।

ଉଦିଦ ଶ୍ରେୟା ଘୋଷାଲ, ଅଲକା ୟାଗ୍ନିକ ଓ ବଳିଉଡ ଅଭିନେତ୍ରୀ କରିଶ୍ମା କପୁରଙ୍କୁ କିସ କରୁଛନ୍ତି। ଭିନ୍ନ ଭିନ୍ନ ରିୟଲିଟି ଶୋରେ ଉଦିତ ୩ ଜଣଙ୍କ ଗାଲକୁ କିସ କରିଥିବା ବେଳେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହା ସହିତ ଉଦିତଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡିଛି।

ଭାଇରାଲ ହେଉଥିବା ଭିଡିଓରେ ଉଦିତ ଏକ କାର୍ଯ୍ୟକ୍ରମରେ ଅଲକାଙ୍କୁ କିସ କରିଥିଲେ। ଏହି ଘଟଣାରେ ଅଲକା ଆଶ୍ଚର୍ଯ୍ୟ ହୋଇଥିବା ତାଙ୍କ ମୁଖଭଙ୍ଗୀରୁ ସ୍ପଷ୍ଟ ଜଣା ପଡୁଥିଲା। ସେହିପରି ଅନ୍ୟ ଏକ କାର୍ଯ୍ୟକ୍ରମରେ ମଧ୍ୟ ସେ ଅଲକାଙ୍କ ଗାଲକୁ ଚୁମ୍ୱନ କରିଥିଲେ ଯେଉଁଥିରେ ସେ ଅସହଜ ମନେ ହେଉଥିଲେ। ନିଜ ସଙ୍ଗୀତ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଉଦିତ୍ ଏମିତି ଲଜ୍ଜାଜନକ କାମ କରିଥିବା ସୋସିଆଲ ମିଡିଆରେ ସମାଲୋଚନା କରାଯାଉଛି।

ସୂଚନା ଥାଉକି ଏକ ଲାଇଭ୍ ଶୋ’ ସମୟରେ, ଗାୟକ ଜଣେ ମହିଳା ପ୍ରଶଂସକଙ୍କ ଓଠକୁ କିସ୍‌ ଦେଉଥିବା ଘଟଣା ସାମ୍ନାକୁ ଆସିଥିଲା। ଏଥିପାଇଁ ଏବେ ତାଙ୍କୁ ସୋସିଆଲ୍‌ ମିଡ଼ିଆରେ ଟ୍ରୋଲ ହେବାକୁ ପଡୁଛି।

Comments are closed.