Latest Odisha News

BREAKING NEWS

କାର୍ତ୍ତିକ ବ୍ରତ: ହବିଷ୍ୟାଳିଙ୍କ ପାଇଁ ଆଜି ଠାରୁ ପଞ୍ଜିକରଣ ଆରମ୍ଭ

ପୁରୀ: କାର୍ତ୍ତିକ ମାସରେ ବ୍ରତ ପାଳନ ପାଇଁ ହବିଷ୍ୟାଳି ଯୋଜନାରେ ଆଜି ଠାରୁ ପଞ୍ଜିକରଣ ଆରମ୍ଭ ହେବ । ଚଳିତବର୍ଷ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୩ ହଜାରରୁ ଉର୍ଦ୍ଧ ହବିଷ୍ୟାଳିଙ୍କୁ ବ୍ରତ ପାଳନର ସୁଯୋଗ ମିଳିବ । ଏଥିପାଇଁ ବୃନ୍ଦାବତୀ ନିବାସ ସହ ଅନ୍ୟ ତିନୋଟି ସ୍ଥାନରେ ହବିଷ୍ୟାଳି ଶିବିରରେ ପ୍ରସ୍ତୁତି ଚାଲିଛି । ପ୍ରଶାସନ ଏମାନଙ୍କ ପାଇଁ ମାଗଣା ରହଣି ସହ ମହାପ୍ରସାଦ ସେବନ, ପୂଜାନୀତି, ଗମନାଗମନ ଓ ସ୍ବାସ୍ଥ୍ୟସେବାର ସମସ୍ତ ବ୍ୟବସ୍ଥା କରିଛି । ମହାକାର୍ତ୍ତିକ ବ୍ରତ ଅକ୍ଟୋବର ୨୯ରୁ ଆରମ୍ଭ ହେଉଛି ।

ହବିଷ୍ୟାଳି ଯୋଜନା ପାଇଁ ରାଜ୍ୟ ବ୍ୟାପି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଠାରୁ ମାଗଣା ପଞ୍ଜିକରଣ ଆରମ୍ଭ ହେବ । ଯେକୌଣସି ହବିଷ୍ୟାଳି ଏହି ଯୋଜନାରେ ସାମିଲ ହୋଇ ବ୍ରତ ପାଳନର ସମସ୍ତ ସୁବିଧା ପାଇ ପାରିବେ। ଉଭୟ ଅନଲାଇନ ଓ ଅଫଲାଇନରେ ପଞ୍ଜିକରଣ କରିପାରିବେ । ଏ ନେଇ ପ୍ରଶାସନ ପକ୍ଷରୁ https://edistrict.odisha.gov.in ୱେବସାଇଟ୍ ଲିଙ୍କ ଓ ପ୍ରଶାସନିକ ଅଧିକାରୀଙ୍କ ଫୋନ୍ ନମ୍ୱର୍ ଜାରି କରାଯାଇଛି । ପୁରୀ ଜିଲ୍ଲା ସଂସ୍କୃତି ଅଧିକାରୀ ୯୬୯୨୭୨୦୫୯୪, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ୯୪୩୭୩୦୨୬୧୮, ଜିଲ୍ଲା କାର୍ଯ୍ୟାଳୟ ୦୬୭୫୨-୨୨୨୬୪ଫୋନ୍ ନମ୍ବର ଜାରି କରାଯାଇଛି । ଏଥିସହ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ହବିଷ୍ୟାଳି ମାନେ ପଞ୍ଜିକରଣ କରିପାରିବେ ।

ପ୍ରାୟ ୧୫ ଶହ ଶଯ୍ୟା ବିଶିଷ୍ଟ ସାତ ମହଲା ଉଚ୍ଚ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ନିର୍ମିତ ବୃନ୍ଦାବତୀ ଭକ୍ତ ନିବାସ, ବଗଲା, ବାଗେଡିଆ ଧର୍ମଶାଳା, ଅକ୍ଷୟ ପାତ୍ର ଓ ମୋଚି ସାହି ଛକ କଲ୍ୟାଣ ମଣ୍ଡପରେ ରହିବା ସହ ଭଜନ କୀର୍ତ୍ତନ ଓ ପୂଜାପାଠ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ହବିଷ୍ୟାଳିଙ୍କ ସୁରକ୍ଷା ଦୃଷ୍ଟିରୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସମେତ ଆନୁଷଙ୍ଗିକ ସୁବିଧା ସୁଯୋଗ ବି ରହିଛି ।

Leave A Reply

Your email address will not be published.