Latest Odisha News

BREAKING NEWS

ଘରେ ଶୋଇଥିବାବେଳେ ଭୁଶୁଡି ପଡିଲା କାନ୍ଥ: ବାପା ମୃତ, ପୁଅ ଗୁରୁତର

ସୁନ୍ଦରଗଡ : ଗତ କିଛି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ଏହାରି ମଧ୍ୟରେ ସୁନ୍ଦରଗଡରୁ ଆସିଛି ଏକ ଦୁଃଖଦ ଘଟଣା  । ଲଗାଣ ବର୍ଷା ଯୋଗୁଁ  କାନ୍ଥ ଭୁଶୁଡି ଜଣେ ବାପାଙ୍କର ମୃତ୍ୟୁ ହୋଇଥିବାବେଳେ ପୁଅ ଗୁରୁତର ହୋଇଛି । ମୃତକ କୁରୁନାଥ କାନ୍ତା ବୋଲି ଜଣାପଡିଛି ।

କୁରୁନାଥଙ୍କ ଘରେ ହୋଇଥିବାବେଳେ ତାଙ୍କ ଉପରେ କାନ୍ଥ ଭୁଶୁଡି ପଡିଥିଲା ।  ପରେ ଗୁରୁତର ଅବସ୍ଥାରେ ତାଙ୍କୁ ବଡଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । କୁରୁନାଥଙ୍କ ପୁଅ ଗୁରୁତର ହୋଇଛନ୍ତି । ତାଙ୍କୁ ବଡ଼ଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଅର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ମିଳିଛି।

Leave A Reply

Your email address will not be published.