Latest Odisha News

BREAKING NEWS

ତାରାଙ୍କ ପ୍ରେମରେ କାର୍ତ୍ତିକ, ଭିଡ଼ିଓ ଭାଇରାଲ

ମୁମ୍ବାଇ: ବଲିଉଡ଼ର ଲୋକପ୍ରିୟ ଅଭନେତା କାର୍ତ୍ତିକ ଆର୍ଯ୍ୟନ୍ ଏବେ ଖୁବ୍ ଚର୍ଚ୍ଚାରେ । କାରଣ କାର୍ତ୍ତିକ ଏବେ ଅଭିନେତ୍ରୀ ତାରା ସୁତାରିଆଙ୍କ ପ୍ରେମରେ ପଡ଼ିଛନ୍ତି । ଉଭୟେ ଏକ ଡିନର ଡେଟ୍‌ରେ ଯିବା ପରେ ଡେଟିଂ ଚର୍ଚ୍ଚା ଆରମ୍ଭ ହୋଇଛି । ଦୁହିଁଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ବଲିଉଡ୍‌ର ସେଲିବ୍ରିଟିଙ୍କ ମଧ୍ୟରେ ସମ୍ପର୍କ ଗଢିଉଠିବା ଓ ଭାଙ୍ଗିବା କିଛି ନୂଆ କଥା ନୁହେଁ । ପ୍ରତିଦିନ ଅନେକ ସମ୍ପର୍କ ଗଢିଉଠିବା ସହ କିଛି ସମ୍ପର୍କ ଭାଙ୍ଗିଥାଏ । ଏବେ ବଲିଉଡ୍ ୨ ଲୋକପ୍ରିୟ କଳାକାର କାର୍ତ୍ତର୍ିକ ଆର୍ଯ୍ୟନ ଓ ତାରା ସୁତାରିଆ ଏବେ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଛନ୍ତି । କିଛିଦିନ ହେବ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଛି । ସେଥିରେ ଉଭୟେ ଏକ ରେଷ୍ଟୁରାଣ୍ଟରୁ ବାହାରୁଥିବା ଦେଖିବାକୁ ମିଳିଛି । ଏହାପରେ କାରରେ ବସିବା ପୂର୍ବରୁ ତାରା କାର୍ତ୍ତିକଙ୍କୁ ଆଲିଙ୍ଗନ କରୁଥିବା ନଜରକୁ ଆସିଛି ।

ସେମାନଙ୍କ ସହିତ ଖୁସି କପୁର ମଧ୍ୟ ସାମିଲ ଥିଲେ । ସେଠାରେ ରବିନା ଟଣ୍ଡନଙ୍କ ଝିଅ ରାଶା ଥାଡାନି, ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଡିନରରେ ଥିବା ଦେଖିବାକୁ ମିଳିଛି । ପୂର୍ବରୁ ସେ ସାରା ଅଲ୍ଲି ଖାନଙ୍କ ସହ ଡେଟ୍ କରୁଥିଲେ । କାର୍ତ୍ତିକ ୨୦୧୧ରେ ତାଙ୍କ ବଲିଉଡ୍ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ଦର୍ଶକଙ୍କୁ ତାଙ୍କର ଅନେକ ଭେଟି ଦେଇଛନ୍ତି । ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ସତ୍ୟପ୍ରେମ କି କଥା’ରେ ଦେଖିବାକୁ ମିଳିଥିଲା । ଆସନ୍ତା ବର୍ଷ ଆସିବାକୁ ଥିବା ସିନେମା ‘ଚନ୍ଦୁ ଚାମ୍ପିୟନ’ ପାଇଁ ସେ ଏବେ ବ୍ୟସ୍ତ ଅଛନ୍ତି ।

Leave A Reply

Your email address will not be published.