Latest Odisha News

ଅଭିନେତ୍ରୀ କାଜୋଲ୍‌ଙ୍କ ସବୁ ସ୍ୱାମୀମାନଙ୍କୁ ବିଶେଷ ପରାମର୍ଶ; କର୍‌ୱାଚୌଥ୍‌ ଭରସାରେ ରୁହନ୍ତୁ ନାହିଁ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ କାଜୋଲ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହୁଥିବା ଦେଖିବ‌ାକୁ ମିଳେ। ସେ ସୋସିଆଲ ମିଡିଆରେ ତାଙ୍କ ଫଟୋ ଏବଂ ଅନେକ ମଜାଦାର ମେମ୍ ମଧ୍ୟ ସେୟାର କରନ୍ତି। ନିକଟରେ, କାଜୋଲ କର୍‌ୱାଚୌଥ୍‌କୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ ସେ ଏକ ମେମ୍‌ ସେୟାର୍‌ କରି ସବୁ ସ୍ୱାମୀମାନଙ୍କୁ ବିଶେଷ ପରାମର୍ଶ ଦେଇଛନ୍ତି।

କାଜୋଲ ଲେଖିଛନ୍ତି ଯେ ‘କାର୍ ଚଲାଇବା ସମୟରେ ନିଶ୍ଚିତ ଭାବରେ ସିଟ୍ ବେଲ୍ଟ ବାନ୍ଧନ୍ତୁ, ବାଇକ୍ ଚଲାଇବା ସମୟରେ ହେଲମେଟ ପିନ୍ଧନ୍ତୁ, କର୍‌ୱାଚୌଥ୍‌କୁ ଭରସାରେ ରୁହନ୍ତୁ ନାହିଁ।’ ତେବେ କାଜୋଲ ବର୍ତ୍ତମାନ ସିଙ୍ଗାପୁରରେ ଝିଅ ନ୍ୟାସାଙ୍କ ସହ ସମୟ ବିତାଉଛନ୍ତି।

Comments are closed.