Latest Odisha News

‘କସୌଟି ଜିନ୍ଦଗୀ କି-୨’ର ଲିଡ୍ ଷ୍ଟାର ପାର୍ଥ ସମଥାନଙ୍କୁ କରୋନା

ମୁମ୍ବାଇ: ଚର୍ଚ୍ଚିତ ଟେଲିଭିଜନ ଶୋ’ ‘କସୌଟି ଜିନ୍ଦଗୀ କି-୨’ର ଲିଡ୍ ଷ୍ଟାର ଅନୁରାଗ ବାସୁ ତଥା ପାର୍ଥ ସମଥାନଙ୍କୁ କରୋନା । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ଲକଡାଉନ୍ କୋହଳ ହେବା ପରେ କିଛି ଦିନ ପୂର୍ବରୁ ହିଁ ସେ ସୁଟିଂ ସେଟ୍‌କୁ ଫେରିଥିଲେ । ୩ ଦିନର ସୁଟିଂ ମଧ୍ୟ କରିଥିଲେ ସେ । ଏହାପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ସେ କୋଭିଡ ଟେଷ୍ଟ କରାଇଥିଲେ । ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହାପରେ ‘କସୌଟି ଜିନ୍ଦଗୀ କି’ ଶୋ’ର ସୁଟିଂକୁ ଅଟକାଇ ଦିଆଯାଇଛି।

ମୁମ୍ବାଇର କ୍ଲିକ୍ ନିକସନ୍ ଷ୍ଟୁଡିଓକୁ ସିଲ୍ କରାଯାଇଛି । ଏଥିସହ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ କ୍ରୁ ମେମ୍ବର ଏବଂ ଅଭିନେତ୍ରୀଙ୍କ ମଧ୍ୟ କୋଭିଡ ଟେଷ୍ଟ ହୋଇଛି । ତିନି ଦିନ ପାଇଁ ସିରିଏଲ୍ ସୁଟିଂ ଉପରେ ରୋକ ଲଗାଯାଇଛି ।

Leave A Reply

Your email address will not be published.