Latest Odisha News

BREAKING NEWS

ସ୍ୱାଭାବିକ ଅବସ୍ଥାକୁ ଫେରୁଛି କାଶ୍ମୀର: ଖୋଲୁଛି କଲେଜ, ସ୍କୁଲ ଓ ସରକାରୀ କାର୍ଯ୍ୟାଳୟ: ମୁଖ୍ୟ ସଚିବ

ନୂଆଦିଲ୍ଲୀ: ଏବେ ଜମ୍ମୁ କାଶ୍ମୀରରେ ଥିବା ପ୍ରାୟ ସମସ୍ତ ସରକାରୀ ଦପ୍ତର ଓ ବିଭିନ୍ନ କାର୍ଯ୍ୟାଳୟ ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇଥିବା ନେଇ ଜମ୍ମୁ ଓ କାଶ୍ମୀର ମୁଖ୍ୟ ସଚିବ ବି ଭି ଆର ସୁବ୍ରମଣ୍ୟମ ଗଣମାଧ୍ୟମରେ ଶୁକ୍ରବାର ଦିନ ପ୍ରଚାର କରିଛନ୍ତି ।

ସେ ଗଣମାଧ୍ୟମକୁ ସୂଚନାଦେଇ ଆହୁରି ମଧ୍ୟ କହିଛନ୍ତି ଯେ, ଆସନ୍ତା ସୋମବାର ଠାରୁ ଜମ୍ମୁ ଓ କାଶ୍ମୀରରେ ରହିଥିବା ସମସ୍ତ ସ୍କୁଲ ଓ କଲେଜ ଗୁଡ଼ିକ ପ୍ରର୍ଯ୍ୟାୟ କ୍ରମେ ପୁନର୍ବାର ଖୋଲିବ । ସେହିପରି ଟେଲିଫୋନ ସେବାକୁ ମଧ୍ୟ ପୁନଃସ୍ଥାପିତ କରାଯିବା ନେଇ ଏନଡ଼ିଟିଭି ସୂତ୍ରରୁ ଜଣାପଡ଼ିଛି ।

“ଆଜି ଶୁକ୍ରବାର ସମୂହ ପ୍ରାର୍ଥନା ପରେ ବିଭିନ୍ନ ସ୍ଥାନରେ ରହିଥିବା ଅନେକ କଟକଣା ଧିରେ ଧିରେ ହଟାଯିବାକୁ ସ୍ଥିର କରାଯାଇଛି । ସୋମବାର ଦିନ ପ୍ରାୟ ସମସ୍ତ ସ୍କୁଲଗୁଡ଼ିକ ଖୋଲୁଥିବା ଯୋଗୁଁ ଛାତ୍ରଛାତ୍ରୀମାନଙ୍କର ପଢାରେ ଆଉ ବ୍ୟାଘାତ ସୃଷ୍ଟି ହେବନାହିଁ,” ବୋଲି ଜମ୍ମୁ ଓ କାଶ୍ମୀର ମୁଖ୍ୟ ସଚିବ ଅବଗତ କରିଛନ୍ତି ।

“ସମସ୍ତ ସରକାରୀ ଦପ୍ତର ଗୁଡ଼ିକ ଆଜିଠାରୁ (ଶୁକ୍ରବାର) ଖୋଲିଯାଇଛି । ଧିରେ ଧିରେ ସମସ୍ତ ସ୍ଥାନମାନଙ୍କୁରେ ଟେଲିଫୋନ ଯୋଗାଯୋଗକୁ ମଧ୍ୟ ସଂଯୋଗ କରାଯିବାର ବ୍ୟବସ୍ଥା ହେଉଛି,”ବୋଲି କହିଛନ୍ତି ମୁଖ୍ୟ ସଚିବ ।

ରାଜ୍ୟପାଳ ସତ୍ୟପାଲ ମଲ୍ଲୀକ କହିଛନ୍ତି, ସୋମବାର ଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ କାର୍ଯ୍ୟକ୍ଷମ ହୋଇଛି, ବୋଲି ଅଲ ଇଣ୍ଡିଆ ରେଡ଼ିଓ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.