Latest Odisha News

BREAKING NEWS

‘ପାକିସ୍ତାନ ସହ କେବେ ବି ମିଶିବ ନାହିଁ ଜମ୍ମୁ- କଶ୍ମୀର’

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଆତଙ୍କ ବଢୁଥିବା ଦେଖି ଆଜି ପାକିସ୍ତାନ ଉପରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲା। ଲଗାତାର ଆତଙ୍କି ଆକ୍ରମଣ ପାଇଁ ପାକିସ୍ଥାନକୁ ଦାୟୀ କରି ପାକିସ୍ତାନ ନିଜ ଉପରେ ଫୋକସ କରୁ ବୋଲି କହିଛନ୍ତି।

ଏନେଇ ଅବଦୁଲା କହିଛନ୍ତି, ଆତଙ୍କବାଦୀ ଆକ୍ରମଣ କେବେ ବି ଥମିନାହିଁ। ମୁଁ ୧୯୮୪ରୁ ସାକ୍ଷୀ ଅଛି। ନା ସେତେବେଳେ ଥମିଥିଲ ନା ଏବେ ଥମିଛି। ମୋ ଆଖି ଆଗରେ ଅନେକ ନିରୀହ ଲୋକଙ୍କ ସହିଦ ହେବା ମୁଁ ଦେଖିଛି। ତଥାପି ଏହା ପ୍ରତିବର୍ଷ ଚାଲିଛି। ଯେ ପର୍ଯ୍ୟନ୍ତ ଉପଯୁକ୍ତ ସମାଧାନର ବାଟ ମିଳିନି ସେ ପର୍ଯ୍ୟନ୍ତ ଆତଙ୍କବାଦୀ ଆକ୍ରମଣ ଥମିବ ନାହିଁ। ଏମିତି ରାଜ୍ୟରେ ଜାରି ରହିବ। ଆଉ ଏହି ସବୁ ଆକ୍ରମଣ ପାଇଁ କିଏ ଦାୟୀ ତାହା ଆମେ ଜାଣିଛୁ।

ପାକିସ୍ତାନ ଏପରି କରି ଭାବୁଛି ସେ କଶ୍ମୀର ହାତେଇ ନେବ। ହେଲେ କଶ୍ମୀର ନିଷ୍ପତ୍ତି ନେଇସରିଛି ସେ ପାକିସ୍ତାନ ସହ କେବେ ବି ମିଶିବ ନାହିଁ। ଏମିତି କରି ପାକିସ୍ତାନ କେବଳ ନିଜର ଆଉ ଆମର କ୍ଷୟକ୍ଷତି କରୁଛି।  ତାର ଭବିଷ୍ୟତ ନଷ୍ଟ କରୁଛି ବୋଲି କହିଛନ୍ତି ଅବଦୁଲା।

Leave A Reply

Your email address will not be published.