Latest Odisha News

BREAKING NEWS

କାଶ୍ମୀର ପଣ୍ଡିତ ଅଜୟଙ୍କ ହତ୍ୟା: ଝିଅ କହିଲେ ବାପାଙ୍କ ମୃତ୍ୟୁର ପ୍ରତିଶୋଧ ନେବି

ଲେହ: ସରପଂଚ ଅଜୟ ପଣ୍ଡିତଙ୍କ ହତ୍ୟା ପରେ କାଶ୍ମୀରରେ ପୁନର୍ବାର ଭୟର ବାତାବରଣ ଖେଳିଛି । କାଶ୍ମୀର ପଣ୍ଡିତଙ୍କୁ ଏଠାରେ ରଖାଇ ନ ଦେବା ପାଇଁ ଆତଙ୍କବାଦୀମାନେ ରକ୍ତର ଖେଳ ଆରମ୍ଭ କରିଛନ୍ତି । ଅଜୟଙ୍କ ଝିଅ ଶୀନ ଗୁରୁବାର କହିଛନ୍ତି ମୁଁ ସିଂହ ଛୁଆ । ବାପାଙ୍କ ମୃତ୍ୟୁର ନିଶ୍ଚିତ ପ୍ରତିଶୋଧ ନେବି । ଅଜୟ ଭାରତୀଙ୍କ ଝିଅ ମୁଁ, କେବେ ହାରିବି ନାହିଁ । ଏପରିକି ସେ ଆତଙ୍କବାଦୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେବା ସହ କହିଛନ୍ତି ଯଦି ସାହାସ ଅଛି ସାମ୍ନାକୁ ଆସ, କାହାକୁ ଛାଡିବି ନାହିଁ । ଆମ ପରିବାର ଭାଙ୍ଗି ଯାଇଛି ।

ମୋ ବାପା ସମସ୍ତ ଧର୍ମର ଲୋକଙ୍କ ସହିତ ଛିଡା ହୋଇଥାନ୍ତି । ଅଜୟଙ୍କ ମୃତ୍ୟୁ ପରେ ଏଠାରେ ରହୁଥିବା ୬୦୦ ପରିବାର ମଧ୍ୟ ଭୟଭୀତ ହୋଇ ପଡିଛନ୍ତି । ଇତି ମଧ୍ୟରେ ଜାମ୍ମୁ-କାଶ୍ମୀର ପୋଲିସ ମୁଖ୍ୟ କହିଛନ୍ତି ଏହି ହତ୍ୟାକାଣ୍ଡ ପଛରେ ହିଜାବୁଲ ମୁଜାହିଦ୍ଦିନର ହାତ ରହିଛି । ଖୁବ୍ ଶୀଘ୍ର ହତ୍ୟକାରୀକୁ ଗିରଫ କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.