Latest Odisha News

BREAKING NEWS

ଦେଶରେ ସଂକ୍ରମିତଙ୍କ ତୁଳନାରେ ବଢ଼ୁଛି ସୁସ୍ଥ ହାର

ନୂଆଦିଲ୍ଲୀ: ଦେଶରେ ହୁ ହୁ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଚାରିଆଡେ କାୟା ମେଲାଇଛି କରୋନା । ତେବେ ସାରା ଦେଶରେ କରୋନା ସଂକ୍ରମିତଙ୍କ ତୁଳନାରେ ଏବେ ସୁସ୍ଥ ହାର ବଢ଼ିବାରେ ଲାଗିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁସାରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୮୬୫୭୯ ରହିଛି । ଗତ ୨୪ଘଣ୍ଟାରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି ୫୮୨୩ଜଣ । ଦେଶରେ ସୁସ୍ଥ ହେବା ହାର ୪୯.୨ ପ୍ରତିଶତ ରହିଛି ।

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୮ହଜାର ଟପି ୮,୧୦୨ରେ ପହଞ୍ଚିଛି । ସେହିପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୮୬ହଜାର ୫୭୯ ରହିଛି । ଏହାସହ ୧,୪୧,୦୨୮ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୧,୩୭,୪୪୮ ଆକ୍ଟିଭ କେସ୍ ରହିଛି ।

୮୩ଜିଲ୍ଲାରେ କରୋନାକୁ ନେଇ ସର୍ଭେ ହୋଇଛି । ସର୍ଭେ ଅନୁଯାୟୀ ଦେଶରେ ତାଲାବନ୍ଦ ଯୋଗୁଁ ସଫଳତା ମିଳିଛି । ବୟସ୍କ ଓ ଶିଶୁମାନେ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହାସହ ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ନିହାତି ଆବଶ୍ୟକ ବୋଲି କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ  ।

Leave A Reply

Your email address will not be published.