Latest Odisha News

BREAKING NEWS

କଥକ ନୃତ୍ୟଶିଳ୍ପୀ ବିର୍‌ଜୁ ମହାରାଜଙ୍କ ପରଲୋକ

ନୂଆଦିଲ୍ଲୀ: କଥକ ନୃତ୍ୟ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ ବିର୍‌ଜୁ ମହାରାଜଙ୍କ ରବିବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି। ହୃଦଘାତ ହେତୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା।

ରବିବାର ବିଳମ୍ବିତ ରାତିରେ ସେ ତାଙ୍କ ନାତିଙ୍କ ସହ ଖେଳୁଥିବା ସମୟରେ ତାଙ୍କର ହୃଦଘାତ ହୋଇଥିଲା ଏବଂ ସେ ଚେତାଶୂନ୍ୟ ହୋଇଯାଇଥିଲେ। ଏହା ପରେ ତାଙ୍କ ସମ୍ପର୍କୀୟମାନେ ତାଙ୍କୁ ଦିଲ୍ଲୀର ଏକ ଡାକ୍ତରଖାନାକୁ ନେଇଥିଲେ ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ତାଙ୍କର କିଡନୀ ଡାଏଲିସିସ ମଧ୍ୟ ଚାଲିଥିଲା।ପଣ୍ଡିତ ବିର୍‌ଜୁ ମହାରାଜଙ୍କ ଦେହାନ୍ତ ହେବା ସହିତ ଭାରତୀୟ କଳା ଜଗତ ନିଜର ଏକ ଅନନ୍ୟ କଳାକାରଙ୍କୁ ହରାଇଛି।

ପଣ୍ଡିତଜୀ ବା ମହାରାଜଜୀ ଭାବରେ ଜଣାଶୁଣା ବିର୍‌ଜୁ ମହାରାଜ ଦେଶର ଅନ୍ୟତମ ଶ୍ରେଷ୍ଠ ନୃତ୍ୟଶିଳ୍ପୀ ଭାବରେ ପରିଗଣିତ ହୋଇଥିଲେ। ତାଙ୍କର ଚାଚା ଶମ୍ଭୁ ମହାରାଜ ଏବଂ ଲାଚୁ ମହାରାଜ ମଧ୍ୟ କଥକ ନୃତ୍ୟଶିଳ୍ପୀ ଥିଲେ। ଏହା ବ୍ୟତୀତ ତାଙ୍କ ପିତା ତଥା ଗୁରୁ ଅଚ୍ଛନ ମହାରାଜ ମଧ୍ୟ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଜଣେ ବଡ଼ କଳାକାର ଥିଲେ। କଳା ଜଗତର ଅନେକ ବଡ ବ୍ୟକ୍ତିତ୍ୱ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।

Comments are closed.