Latest Odisha News

ବିବାହ ପାଇଁ ରାଜସ୍ଥାନ ମୁହାଁ ହେଲେ ଭିକି-କ୍ୟାଟ୍ରିନା

ମୁମ୍ବାଇ : କ୍ୟାଟ୍ରିନା କୈଫ୍ ଓ ଭିକିଙ୍କ ବିବାହକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ମୁମ୍ବାଇ ଘରେ ଜମିଲାଣି ବନ୍ଧୁବାନ୍ଧବଙ୍କ ଗହଳି। ସେହିପରି ୱେଡିଂ ଡେଷ୍ଟିନେସନ ରାଜସ୍ଥାନ ମୋଧପୁରର ରିସୋର୍ଟକୁ ରୟାଲ ଲୁକ୍ ଦିଆଯାଇଛି । କାଲିଠୁ ଆରମ୍ଭ ହେବ ଫଙ୍କସନ୍। ଆଉ ୯ ତାରିଖରେ ବିବାହ ବନ୍ଧନରେ ବାନ୍ଧିହେବେ କ୍ୟାଟ୍- ଭିକି । ରାତି ପାହିଲେ ଆରମ୍ଭ ହେବ ଗୀତ୍ ସଙ୍ଗୀତ ଓ ମେହେନ୍ଦି ପୋଗ୍ରାମ।

ଏନେଇ କ୍ୟାଟଙ୍କ ଘରେ ଆମେରିକାରୁ ତାଙ୍କ ପରିବାର ଆସି ପହଁଞ୍ଚିଗଲେଣି। କ୍ୟାଟଙ୍କ ମା , ସାନଭଉଣୀ ଆସି ମୁମ୍ବାଇରେ ପହଁଞ୍ଚିଗଲେଣି । କାଲି ବିଳମ୍ବିତ ରାତିରେ କ୍ୟାଟ୍ରିନା ତାଙ୍କ ମା ଙ୍କ ସହ ଭିକିଙ୍କ ଘର ବାହାରେ ଦେଖିବାକୁ ମିଳିଥିଲେ। ଏହି ସମୟରେ କ୍ୟାଟ୍ ଏଥିନିକ୍ ଡ୍ରେସ ପିନ୍ଧିବା ସହ ଖୁବ୍ ସୁନ୍ଦର ଲାଗୁଥିଲେ। ହ୍ୱାଇଟ ଶାଢୀ ସାଙ୍ଗକୁ ମ୍ୟାଚିଙ୍ଗ୍ ଗର୍ଜିୟସ୍ ଇଅରରିଙ୍ଗ ପିନ୍ଧି ଖବୁ ସୁନ୍ଧର ଲାଗୁଥିଲେ ବଲିଉଡ ଚିକିନି ଚମେଲି।

ଆଜି ଉଭୟ ପରିବାର ୱେଡିଂ ଚେଷ୍ଟିନେସନକୁ ଯାଉଛନ୍ତି। କ୍ୟାଟଙ୍କ ବ୍ୟାଗ୍ ଓ ସମସ୍ତ ଜୀନିଷକୁ ଷ୍ଟାପ ମାନେ ଗାଡିରେ ରଖୁଥିବା ଦେଖିବାକୁ ମିଳିଥିଲା। ହେଲେ ନିଜ ବିହାହକୁ ନେଇ ଭିକି ଓ କ୍ୟାଟ୍ ମୁହଁ ଖୋଲୁନଥିବା ବେଳେ ବିବାହକୁ ନେଇ ବଲିଉଡ୍ ପଡୁଛି ଉଠୁଛି। ସୂଚନା ଅନୁସାରେ ରୀତି ଅନୁସାରେ ଆସନ୍ତା କାଲିଠୁ ବିବାହର ବିଭିନ୍ନ ଫଙ୍କଶନ୍ ଆରମ୍ଭ ହେବ।

୯ ତାରିଖରେ ହାତଗଣ୍ଠି ପଡ଼ିବ।ସେପଟେ ହାଇପ୍ରୋଫାଇଲ ବିବାହକୁ ନେଇ ସବାଇ ମାଧପୁର ଜିଲ୍ଲା ପ୍ରଶାସନ ଖୁବ୍ ତତ୍ପରତା ସହ କାମ କରୁଛି। କ୍ୟାଟଙ୍କ ବିବାହରେ ଯୋଗଦେଉଥିବା ଅତିଥି ମାନେ ଦୁଇଟି ଡୋଜ୍ ଟିକା ନେଇଥିବା ବାଧ୍ୟତାମୂଳକ କରାଯାଇଛି। ଏହା ମଧ୍ୟ କଡାକଡି ଯାଞ୍ଚ କରାଯିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.