Latest Odisha News

ବିବାହ ମଣ୍ଡପକୁ ଆକର୍ଷଣୀୟ ଏଣ୍ଟ୍ରି କରିବେ କ୍ୟାଟ୍ରିନା- ଭିକି, କାଚରେ ତିଆରି ହୋଇଛି ମଣ୍ଡପ

ମୁମ୍ବାଇ : କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲ ଆଜି ବିବାହ ବନ୍ଧନରେ ବାନ୍ଧିହେବେ । ହେଲେ ଏହି ଷ୍ଟାର କପୁଲଙ୍କ ବିବାହ ରାଜସ୍ଥାନର ସୱାଇ ମାଧପୁରରେ ସିକ୍ସ ସେନ୍ସ ରିସର୍ଟରେ ଲକଜୁରିୟସ୍ ଷ୍ଟାଇଲରେ ହେବ। କ୍ୟାଟ୍ରିନା ଓଭିକି ନିଜ ବିବାହକୁ ପ୍ରାଇଭେଟ ରଖିବାକୁ ଚାହୁଁଛନ୍ତି। ଭିକି-କ୍ୟାଟଙ୍କ ବିବାହରେ ଖାଦ୍ୟ, ଡେକୋରେସନ ଏବଂ ବ୍ରାଇଡ୍ ଏଣ୍ଟ୍ରି ସମ୍ପୁର୍ଣ୍ଣ ନଆରା ଷ୍ଟାଇଲରେ ପ୍ରସ୍ତୁତ କରାଯାଇଛି।

ଏଥିପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଗଲାଣି। ସୂଚନା ଅନୁସାରେ କ୍ୟାଟ୍ରିନା ସୁନ୍ଦର ଡୋଲିରେ ବସି ପ୍ୟାଭିଲିୟନରେ ପ୍ରବେଶ କରିବେ । ଏହି ସମୟରେ ଭିକି କୌଶଲ ଧଳାଘୋଡାରେ ବସି ପ୍ରବେଶ କରିବେ ବୋଲି ଚର୍ଚ୍ଚା ଚାଲିଛି। ବାହାଘର ପାଇଁ ପୁରା ପ୍ରସ୍ତୁତ ରହିଛି ରିସର୍ଟ। ଏହି ବାହାଘରର ପାଭିଲିୟନ କାଚରେ ତିଆରି ହୋଇଛି।

ରିପୋର୍ଟ ଅନୁସାରେ କ୍ୟାଟଙ୍କ ହଳଦୀ ରସମରେ ୨୦ ଜଣ ଅତିଥି ଯୋଗଦେଇଥିଲେ। ମେହେନ୍ଦିରେ ୯୦ ଜଣ ଯୋଗଦେଇଥିଲେ। ଏହି ଷ୍ଟାର କପୁଲ ବିବାହକୁ ପ୍ରାଇଭେଟଲି କରିବାକୁ ଚାହୁଁଥିବା ବେଳେ ସେମାନଙ୍କ ବହାଘର କାର୍ଡ ଫଟୋ ଭାଇରାଲ ହେଉଛି।

Comments are closed.