Latest Odisha News

BREAKING NEWS

ଭାଇଜାନଙ୍କୁ ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ମୁମ୍ବାଇ: ଆଜି ହେଉଛି ଭାଇଜାନଙ୍କ ୫୬ତମ ଜନ୍ମ ଦିନ । ସେଥିପାଇଁ ସମଗ୍ର ଦୁନିଆର ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେଲିବ୍ରିଟିମାନେ ମଧ୍ୟ ସଲମାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଏହି ସବୁ ଶୁଭେଚ୍ଛା ମଧ୍ୟରୁ କ୍ୟାଟ୍ରିନା ଜଣାଇଥିବା ଶୁଭେଚ୍ଛା ଚର୍ଚ୍ଚାର ବିଷୟ ପାଲଟିଛି । କ୍ୟାଟ୍ରିନା ହେଉଛିନ୍ତି ସଲମାନଙ୍କର ଜଣେ ଭଲ ବନ୍ଧୁ । କ୍ୟାଟ ସଲମାନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ଇନଷ୍ଟାରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ଇନଷ୍ଟାଗ୍ରାମ ଷ୍ଟୋରୀରେ କ୍ୟାଟ୍ ଭାଇଜାନଙ୍କ ଏକ ଫୋଟ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଆଉ ସେଥିରେ ଲେଖିଛନ୍ତି ‘ଜନ୍ମଦିନର ବହୁତ ଶୁଭେଚ୍ଛ’ ତୁମ ଭିତରେ ଯେତେ ଭଲପାଇବା ଏବଂ ବୁଝିବା ଶକ୍ତି ଅଛି ତାହା ସବୁଦିନ ରହୁ ।’

Leave A Reply

Your email address will not be published.