Latest Odisha News

BREAKING NEWS

[ଭିଡିଓ] ସାଇକଲ ଚଳାନ୍ତୁ, ଜୁସ୍ ପିଅନ୍ତୁ

ଭୁବନେଶ୍ୱର: ସତରେ କରୋନା ମହାମାରୀ ଅନେକ ଲୋକଙ୍କ ନିକଟରେ ବୁଦ୍ଧି ଉଜାଗର କରିପାରିଛି । ଗତ ଦୁଇବର୍ଷରେ ଅନେକ ଲୋକ ସେଫ୍ ସାଜିଥିଲାବେଳେ କିଛିକିଛି ନିଜର ବ୍ୟବସାୟ ଆରମ୍ଭ କରିବାକୁ ବାଧ୍ୟ ହୋଇଥିଲେ । ଏହି ଧାରାରେ ଗୁଜରାଟରେ ଗ୍ରିନୋବାର୍ ନାମକ ଏକ ଜୁସ୍ ଦୋକାନ ଚର୍ଚ୍ଚାକୁ ଆସିଛି ।

ଗୁଜରାଟର ଅହମଦାବାଦରେ ରହିଛି ଏହି ସ୍ୱତନ୍ତ୍ର ଜୁସ୍ ଦୋକାନ । ଯାହାର ନାଁ ହେଉଛି ଗ୍ରିନୋବାର୍ । ଏଠି ଆପଣଙ୍କୁ ଜୁସ୍ ପିଇବାକୁ ହେଲେ ସାଇକଲରେ ପ୍ୟାଡେଲିଂ କରିବାକୁ ପଡିବ । ସାଇକଲର କ୍ରାଙ୍କକୁ ଏପରି ଭାବେ ଯୋଡାଯାଇଛି ଯେ, ଯାହା ଫଳକୁ ଗ୍ରାଇଣ୍ଡ କରି ଜୁସ୍ ବାହାର କରିଥାଏ । ଭିଡିଓରେ ଥିବା ଜଣେ ଯୁବକଙ୍କୁ ଆପଣ ସ୍ପଷ୍ଟ ଦେଖିପାରୁଥିବେ । ଯୁବକ ଜଣକ ସାଇକଲ ଚଳାଇବା ମାତ୍ରେ ଫ୍ରୁଟ୍ ଗ୍ରାଇଣ୍ଡର୍ କାର୍ଯ୍ୟକ୍ଷମ ହୋଇଥାଏ ।

ଗ୍ରିନୋବାର୍ ଖାସ କରି ଲୋକଙ୍କୁ ଫିଟ୍ ରଖିବା ଉଦ୍ଦେଶ୍ୟରେ ଏଭଳି ଅଭିନବ ପନ୍ଥା ଆପଣେଇଛି । ଅନେକ ଲୋକ ଜୁସ୍ ପିଇବାର ଏହି ତରିକାକୁ ପସନ୍ଦ କରିଥିଲା, ଆଉ କିଛି ଏହାକୁ ପ୍ରହସନ କହିବାକୁ ପଛାଇନାହାଁନ୍ତି । ତେବେ ଯାହା ବି ହେଉନା କାହିଁକି, ଜୁସ୍ ପିଇବାର ଏହି ଅଭିନବ ପନ୍ଥା କିନ୍ତୁ ଫିଟନେସ୍ ଫ୍ରିକମାନଙ୍କୁ ଖୁବ ପସନ୍ଦ ଆସିଛି ।

Leave A Reply

Your email address will not be published.