Latest Odisha News

୧୪ରୁ ଆରମ୍ଭ ହେବ କେବିସି ସିଜିନ୍ ୧୫: ବଦଳିବ ଅମିତାଭଙ୍କ ଲୁକ

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ସବୁଠୁ ଅଧିକ ଲୋକପ୍ରିୟ କୁଇଜ୍ ଶୋ କୌନ ବନେଗା କରୋଡପତି ସିଜିନ୍ ୧୫ ଆସନ୍ତା ୧୪ ତାରିଖରେ ଆରମ୍ଭ ହେବ । ଏଥର କେବିସିରେ ବହୁତ କିଛି ପରିବର୍ତ୍ତନ କରାଯାଇଛି । ସେଟ୍ ଡିଜାଇନଠାରୁ ଆରମ୍ଭ କରି ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କ ଲୁକ ପର୍ଯ୍ୟନ୍ତ ସବୁକିଛିରେ ପରିବର୍ତ୍ତନ କରାଯାଇଛି । ପୁଣିଥରେ ଦର୍ଶକଙ୍କ ନିକଟକୁ ଫେରିବାକୁ ଅମିତାଭ ପ୍ରସ୍ତୁତ ହୋଇଛନ୍ତିି ।

ଏହି ଶୋକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସେଟ୍‌କୁ ନୂଆ ଲୁକ ଦିଆଯାଇଛି । ଯାହା ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିବ ବୋଲି ନିର୍ମାତାମାନେ ଆଶା ରଖିଛନ୍ତି । କେବଳ ସେତିକି ନୁହେଁ, ବିଗ ବିଙ୍କ ଦ୍ୱାରା ‘ଡୁଗଡୁଗି ଜୀ’ ନାମକ ଟାଇମର ମଧ୍ୟ ପରିବର୍ତ୍ତନ କରାଯିବ । ଏଥର ଶୋ’ରେ ଏକ ନୂଆ ଲାଇଫ ଲାଇନ ମଧ୍ୟ ରହିବ । ଏହାର ପ୍ରୋମୋରେ ଦେଖିବାକୁ ମିଳିଛି ଯେ, ଜ୍ଞାନଦାର, ଧନଦାର ଔର ଶାନଦାର ଭାବେ କୌନ ବାନେଗା କରୋଡପତି ଏକ ନୂତନ ଅବତାରରେ ଆଗକୁ ଆସୁଛି । ଏଥିରେ ଅମିତାଭ ବଚ୍ଚନଙ୍କ ଷ୍ଟାଇଲକୁ ପ୍ରିୟା ପାଟିଲ କରିଛନ୍ତି ।

ପ୍ରିୟା ପାଟିଲ କହିଛନ୍ତି ଯେ, କ୍ଲାସିକ ଲୁକ ବଜାୟ ରଖିବାବେଳେ ଆମେ ଗୋଟିଏ ପାଦ ଆଗକୁ ଯାଇଛୁ । ଅମିତାଭ ସାରଙ୍କୁ ଏକ ଭିନ୍ନ ରୂପ ଦେବା ପାଇଁ ଆମେ କ୍ଲାସିକ ଯୋଧପୁରୀ ଶାଲ ମଧ୍ୟ ସାମିଲ କରିଛୁ ।

Comments are closed.