Latest Odisha News

ଛୋଟ ପରଦାର ରେଖା ଭାବେ ପରିଚିତ ଅଭିନେତ୍ରୀ କବିତା ଘାଇ

ନୂଆଦିଲ୍ଲୀ: ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି କବିତା ଘାଇ । ଧାରାବାହିକ ‘ବେହଦ୍‌’ ଅଭିନୟ କରି ସେ ଘରେ ଘରେ ବେଶ୍ ପରିଚିତ ହୋଇପାରିଥିଲେ । ଏଥିରେ କବିତା ମାଆ ଭୂମିକାରେ ଅଭିନୟ କରି ଲୋକଙ୍କ ପ୍ରିୟ ହୋଇପାରିଛନ୍ତି । ଯଦିଓ ସେ ଅନେକ ଧାରାବାହିକରେ ଅଭିନୟ କରିନାହାଁନ୍ତି, କିନ୍ତୁ ଅଳ୍ପ ସମୟ ମଧ୍ୟରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । କମ୍ ସମୟ ମଧ୍ୟରେ ଏତେ ଲୋକପ୍ରିୟତା ହାସଲ କରିବାର ଗୋଟିଏ କାରଣ ହେଉଛି କବିତା ଭେଟେରାନ୍ ଅଭିନେତ୍ରୀ ରେଖାଙ୍କ ପରି ଦେଖାଯାଇଛି । ତେଣୁ ସେ ଛୋଟ ପରଦାର ରେଖା ଭାବେ ପରିଚିତ ।

୨୦୧୫ ମସିହାରେ କବିତା ଧାରାବାହିକ ‘ଦୋସ୍ତି… ୟାରିୟା ଔର ମନମର୍ଜିଆ’ରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଅଭିନୟ ଦୁନିଆରେ ପ୍ରବେଶ କରିବା ପୂର୍ବରୁ ସେ ଜଣେ ମେକଅପ୍ ଆର୍ଟିଷ୍ଟ ଏବଂ ହେୟାର ଷ୍ଟାଇଲଷ୍ଟ ଥିଲେ । ଧାରାବାହିକ ଦୋସ୍ତି… ୟାରିୟା ଔର ମନମର୍ଜିଆ’ରେ ତାଙ୍କ ଚରିତ୍ର ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ଏଥିସହିତ ସେ ଅନେକ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ।
ସବୁଠୁ ବଡ଼ କଥା, ପ୍ରଥମ କରି କବିତାଙ୍କୁ ଯିଏ ଶାଢୀରେ ଦେଖିବ ତାଙ୍କ ଆଖି ଧୋକ୍କା ଖାଇଯିବ । କାରଣ ଆପଣଙ୍କୁ ଲାଗିବ ଆପଣ ରେଖାଙ୍କୁ ଦେଖୁଛନ୍ତି । କବିତା କୁହନ୍ତି, ଟିଭି ଇଣ୍ଡଷ୍ଟ୍ରିରେ ମୋତେ ଛୋଟ ପରଦାର ରେଖା ବୋଲି ସମ୍ବୋଦନ କରନ୍ତି । ଯେତେବେଳେ ମୁଁ ଆମେରିକାରେ ପାଠ ପଢୁଥିଲି ସେତେବେଳେ ମୋର ସାଙ୍ଗମାନେ ମୋତେ ‘ରେଖା’ ନାମରେ ଡାକନ୍ତି । ୫୭ ବର୍ଷୀୟା ଅଭିନେତ୍ରୀ କବିତାଙ୍କ ଦୁଇଟି ଝିଅ ଅଛି । ତାଙ୍କ ଫିଟନେସ୍ ଦେଖି ତାଙ୍କ ବୟସ ଅନୁମାନ କରିବା ବହୁତ କଷ୍ଟକର । କବିତା ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ । ସେ ପ୍ରାୟତଃ ପାରମ୍ପାରିକ ପୋଷାକରେ ନଜର ଆସିଥାନ୍ତି ।

Leave A Reply

Your email address will not be published.