Latest Odisha News

ଆସିଗଲା ଘୋଡା ପରି ୪ଗୋଡ ବିଶିଷ୍ଟ ବାଇକ୍ ! ଦେଖନ୍ତୁ Kawasakiର ଇନୋଭେସନ୍

ନୂଆଦିଲ୍ଲୀ: ଏପର୍ଯ୍ୟନ୍ତ ଆପଣ କାୱାସାକି(Kawasaki)କୁ ଏକ ଦମଦାର ସ୍ପୋର୍ଟସ୍ ବାଇକ୍ ତିଆରି କରୁଥିବା କମ୍ପାନୀ ଭାବରେ ଜାଣିଥିବେ, କିନ୍ତୁ ଏଥର କମ୍ପାନୀ ଏପରି କିଛି କରିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଜାପାନର ଓସାକା କାନସାଇ ଏକ୍ସପୋ ୨୦୨୫ରେ କାୱାସାକି ପରବର୍ତ୍ତୀ ପିଢ଼ିର ଦୃଷ୍ଟିକୋଣ ପ୍ରଦର୍ଶନ କରିଛି। ଏଠାରେ କମ୍ପାନୀ କାୱାସାକି କର୍ଲିଓ (Kawasaki Corleo) ନାମକ ଏକ ଚାରି ଗୋଡ଼ ବିଶିଷ୍ଟ ହାଇଡ୍ରୋଜେନ-ଚାଳିତ ରୋବୋଟିକ୍ ଘୋଡ଼ାର କନସ୍ପେଟର ମଡେଲ୍ ପ୍ରଦର୍ଶନ କରିଛି।

ଏହା ପ୍ରକୃତରେ ଏକ ଚାରିପାଦ ବିଶିଷ୍ଟ ଯାନ୍ତ୍ରିକ ରୋବୋଟ୍ ଘୋଡା ଅଟେ, ଯାହାକୁ କଠିନ ରାସ୍ତାରେ ସହଜରେ ଚାଲିବା  ପାଇଁ ଡିଜାଇନ୍ କରାଯାଇଛି। ଏହା ସହଜରେ ଅସମତଳ ଭୂମି, ପର୍ବତ ଏବଂ ନଦୀ ଅତିକ୍ରମ କରିପାରେ। କାୱାସାକିର ଏହି କନସ୍ପେଟର ମଡେଲ ଏକ ପ୍ରକାରେ ମୋଟରସାଇକେଲ ଦୁନିଆରୁ ରୋବୋଟିକ୍ ପ୍ରଯୁକ୍ତିବିଦ୍ୟା ଆଡ଼କୁ କମ୍ପାନୀର ପଦକ୍ଷେପକୁ ଦର୍ଶାଉଛି।

କାୱାସାକି କର୍ଲିଓ କନସେପ୍ଟ ମଡେଲର ଡିଜାଇନ୍ ଏପରି ରହିଛି ଯାହାକୁ ଦେଖିବା ପରେ ଆପଣ ଏହାକୁ ମୋଟରସାଇକେଲ ଘୋଡା ବୋଲି କହିପାରିବେ। ଏହାର ମୁଣ୍ଡକୁ ଏକ ସ୍ପୋର୍ଟସବାଇକର ଫ୍ରଣ୍ଟ ଫେୟରିଙ୍ଗ ଦିଆଯାଇଛି, ଯେଉଁଥିରେ ଏକ ୱିଣ୍ଡସ୍କ୍ରିନ୍ ମଧ୍ୟ ଲଗାଯାଇଛି। ଏହାର ଛାତିରେ ତିନୋଟି ଭର୍ଟିକଲ ଲାଇନ ଦିଆଯାଇଛି।

ଏଥିରେ ଏକ ଫ୍ଲୋଟିଙ୍ଗ ସିଟ୍ ଏବଂ ହ୍ୟାଣ୍ଡଲବାର ମଧ୍ୟ ଅଛି, ଯାହା ଉପରେ ରାଇଡର ବସି ଏହାକୁ ନିୟନ୍ତ୍ରଣ କରିପାରିବେ। ଏହି ରୋବୋଟ୍ ଘୋଡା ବିଷୟରେ କାୱାସାକି କହିଛନ୍ତି ଯେ, ଏହା ଆରୋହୀଙ୍କ ଶରୀର ଓଜନ ପରିବର୍ତ୍ତନକୁ ଚିହ୍ନଟ କରି ଦିଗ ଏବଂ ଗତି ନିର୍ଣ୍ଣୟ କରେ।

ଏହା ହାଇଡ୍ରୋଜେନ୍ ଇନ୍ଧନରେ ଚାଲିବ। ଏଥିରେ ଏକ 150cc ହାଇଡ୍ରୋଜେନ୍ ଇଞ୍ଜିନ୍ ବ୍ୟବହାର କରାଯାଇଛି, ଯାହାକୁ ଏହାର ଆଗ ଗୋଡ଼ ମଧ୍ୟରେ ଲଗାଯାଇଛି। ଏହି ଇଞ୍ଜିନ ନିଜେ ଏହାର ଚାରି ଗୋଡକୁ ପାଓ୍ବାର ଯୋଗାଇଥାଏ।

ଓଜନ ସନ୍ତୁଳନ ବଜାୟ ରଖିବା ପାଇଁ ହାଇଡ୍ରୋଜେନ୍ କ୍ୟାନିଷ୍ଟରକୁ ପଛ ଭାଗରେ ରଖାଯାଇଛି। ଏଥିରେ ଏକ ଡିସପ୍ଲେ ସ୍କ୍ରିନ୍ ମଧ୍ୟ ଅଛି, ଯାହା ହାଇଡ୍ରୋଜେନ୍ ସ୍ତର, ଗୁରୁତ୍ୱାକର୍ଷଣ କେନ୍ଦ୍ର ଏବଂ ନାଭିଗେସନ୍ ଭଳି ସୂଚନା ପ୍ରଦାନ କରେ।

 


କାୱାସାକି କର୍ଲିଓକୁ ରାତିରେ ମଧ୍ୟ ଚଲାଯାଇପାରିବ, କାରଣ ଏଥିରେ ଏକ ପ୍ରୋଜେକ୍ସନ ସିଷ୍ଟମ ଅଛି । ଯାହା ରାସ୍ତାରେ ନାଭିଗେସନ୍ ମାର୍କରଗୁଡ଼ିକୁ ପ୍ରୋଜେକ୍ଟ କରେ। ଏହା ରାଇଡରଙ୍କ ପାଇଁ ଆଗକୁ ଯିବାର ରାସ୍ତା ଜାଣିହେବ ।

କାୱାସାକିର ଏହି ଇନୋଭେସନ କେବଳ ରୋବୋଟିକ୍ସ ଏବଂ ଅଟୋମୋଟିଭ୍ ଇଞ୍ଜିନିୟରିଂ(automotive engineering)ର ଉଦାହରଣ ନୁହେଁ, ବରଂ ଭବିଷ୍ୟତରେ ପରିବହନର ଏକ ନୂତନ ପଦ୍ଧତିକୁ ମଧ୍ୟ ଇଙ୍ଗିତ କରେ। ବିଶେଷକରି ଯେଉଁ ସ୍ଥାନରେ ଚକ ଥିବା ଯାନବାହନ ପହଞ୍ଚିପାରେ ନାହିଁ, ସେଠାରେ କର୍ଲିଓ ଭଳି ରୋବୋଟ୍ ବହୁତ ସହାୟକ ହୋଇପାରିବ।

 

 

Comments are closed.