ନୂଆଦିଲ୍ଲୀ: କୁଇଜ୍ ଶୋ କୌନ ବନେଗା କରୋଡ୍ପତି ଏହାର ୧୩ ତମ ସିଜିନ୍ ଆରମ୍ଭ କରିବାକୁ ଯାଉଛି। ସୋମବାର ଅର୍ଥାତ୍ ଅଗଷ୍ଟ ୨୩ରେ ଟେଲିଭିଜନ୍ରେ ଏହାର ପ୍ରଥମ ଏପିେସୋଡ୍ ପ୍ରସାରିତ ହେବ। ପ୍ରଶଂସକମାନେ ମଧ୍ୟ ଅମିତାଭ ବଚ୍ଚନଙ୍କ ଆୟୋଜିତ ସୋ ଦେଖିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।
ଶୋ’ର ପ୍ରଥମ ପ୍ରତିଯୋଗୀ କିଏ ହେବେ ତାକୁ ଉତ୍ସାହ ବଢିଯାଇଛି। ତେବେ ସୋ ପ୍ରୋମୋରେ ଜଣେ ପ୍ରଭାବଶାଳୀ ବୈଜ୍ଞାନିକ ଜ୍ଞାନରାଜଙ୍କୁ ଦେଖିବାକୁ ମିଳିଛି ଯିଏ ଶୋ’ର ପ୍ରଥମ ପ୍ରତିଯୋଗୀ ଅଟନ୍ତି।
ଜ୍ଞାନରାଜ ହେଉଛନ୍ତି ୧୦୦ ଜଣ ବୈଜ୍ଞାନିକଙ୍କୁ ନେଇ ଗଠିତ ଏକ ଦଳର ଅଂଶ ଯାହାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ଭାବରେ କାର୍ଯ୍ୟ କରନ୍ତି। ତାଙ୍କର ଉଚ୍ଚ ଯୋଗ୍ୟତା ସତ୍ତ୍ବେ ବି ଜ୍ଞାନରାଜ ଗ୍ରାମାଞ୍ଚଳ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବରେ ଶିକ୍ଷାଦାନ କରିବାକୁ ପସନ୍ଦ କରନ୍ତି।
ଭିଡିଓରେ ସେ ବ୍ୟାଖ୍ୟା କରିଛନ୍ତି ଯେ ସେ ଗ୍ରାମାଞ୍ଚଳରେ ରହୁଥିବା ପିଲାମାନଙ୍କୁ ରୋବୋଟିକ୍ସ ଏବଂ ଡ୍ରୋନ୍ ବିଷୟରେ ଶିକ୍ଷା ଦିଅନ୍ତି, ଯାହା ଏକ ଅଣପାରମ୍ପରିକ ଶିକ୍ଷାଦାନ ପ୍ରଣାଳୀ।
ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ସେ ତାଙ୍କ ଜୀବନକୁ ଆମୀର ଖାନ ଫିଲ୍ମ ‘୩ ଇଡିଅଟ୍ସ’ର ରାଞ୍ଚୋଙ୍କ ଭଳି ମନେ କରନ୍ତି।
Comments are closed.