Latest Odisha News

BREAKING NEWS

କେବିସିର ହଟ୍ ସିଟ୍ ଯାଏଁ ପହଞ୍ଚିବା ଏବେ ହେଲା ସହଜ, ଜାଣନ୍ତୁ କେମିତି

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ଶୋ’ ‘କୌନ ବନେଗା କରୋଡ଼ପତି’ ଘରେ ଘରେ ନିଜର ଏକ ସ୍ୱତନ୍ତ୍ର ଲୋକପ୍ରିୟତା ହାସଲ କରିପାରିଛି । ଏହାକୁ ଖେଳିବାକୁ ହେଲେ ଅନେକ ସ୍ତର ଦେଇ ହଟ୍ ସିଟ ଯାଏଁ ପହଞ୍ଚିବାକୁ ପଡେ । ଏହାପରେ ଆରମ୍ଭ ହୁଏ ଖେଳ। ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଉପସ୍ଥାପନା ଏହାକୁ ଆହୁରି ଅଧିକ ଆକର୍ଷକ ବନେଇଥାଏ ।

ଏହି ହଟ୍ ସିଟରେ ବସିବା ପାଇଁ ଏବେ ଆଉ ବିଶେଷ କଷ୍ଟ କରିବାକୁ ପଡିବ ନାହିଁ । ନିଜ ମୋବାଇଲ ଜରିଆରେ ଆପଣଙ୍କୁ ଏହି ସୁଯୋଗ ଦେବା ସହ ଅନେକ ପୁରଷ୍କାର ଜିତିବାର ସୁଯୋଗ ଆଣିଦେଇଛି କେବିସି।

ଆଜ୍ଞା ହଁ କେବିସି ‘ପ୍ଲେ ଏଲଙ୍ଗ’ ଜରିଆରେ ଆପଣ ମଧ୍ୟ ଜିତି ପାରିବେ କ୍ୟାସ ପ୍ରାଇଜ୍ ଏବଂ ପୁରଷ୍କାର। ଏହାସହିତ ବିଗ୍ବିଙ୍କ ସହିତ ଭେଟିବାର ମୌକା ଏବଂ ହଟସିଟ୍ ଉପରେ ବସି ଖେଳିବାର ସୁଯୋଗ ମଧ୍ୟ ମିଳିପାରିବ। ଏଥିପାଇଁ ଆପଣ କେବିସି ଶୋକୁ ଦେଖିବା ସହିତ ନିଜ ଫୋନରେ ଖେଳିବାକୁ ହେବ କେବିସି ପ୍ଲେ ଏଲଙ୍ଗ।ଏହାକୁ ଖେଳିବା ପାଇଁ ଅଧିକ ପରିଶ୍ରମ କରିବାର ମଧ୍ୟ ଆବଶ୍ୟକ ପଡିବ ନାହିଁ। ଆପଣଙ୍କୁ କେବଳ ନିଜ ଫୋନରେ ଡାଉନଲୋଡ୍ କରିବାକୁ ହେବ ଆପ୍। ଏହାକୁ ଡାଉନଲୋଡ୍ କରିବା ପରେ ଆପଣ କେବିସି ଖେଳିପାରିବେ। ଘରେ ବସି ଆପଣ ଏହି ଶୋକୁ ଆସିବାର ସ୍ବପ୍ନକୁ ନିଜ ଫୋନ ଜରିଆରେ ପୂରା କରିପାରିବେ।

ଯଦି ଆପଣ ଲଗାତାର ଏହି ଶୋ ସହିତ ଯୋଡି ରହି ସବୁ ପ୍ରଶ୍ନର ଉତ୍ତର ପ୍ଲେ ଏଲଙ୍ଗ ଜରିଆରେ ଦେବେ, ତେବେ ଭାଗ୍ୟଶାଳୀ ବିଜେତା ଭାବେ ଆପଣଙ୍କୁ କେବିସି ମଞ୍ଚକୁ ଆମନ୍ତ୍ରିତ କରାଯାଇପାରେ।

ଏହି ଆପକୁ ଫୋନରେ ଡାଉନଲୋଡ୍ କରିବା ବହୁତ ସହଜ। ପ୍ଲେ ଷ୍ଟୋରକୁ ଯାଇ ଆପଣ ସୋନି ଲିଭ ଆପ ଲେଖିବାକୁ ହେବ। ଅପ୍ସନରେ ସୋନି ଲିଭ ଆପ ଆସିଯିବ। ଏହାପରେ ଏହାକୁ ଡାଉନଲୋଡ୍ କରି ନିଜର ଠିକ ନାମ, ଠିକଣା ଏବଂ ଫୋନ ନମ୍ବର ଦେଇ ଗୁରୁତ୍ବପୂଣ୍ଣ ବିବରଣୀ ଦିଅନ୍ତୁ। ରାତି ୯ଟାରୁ ୧୦.୩୦ ମିନିଟ୍ ପର୍ଯ୍ଯନ୍ତ ସବୁ ପ୍ରଶ୍ନର ଠିକ ଉତ୍ତର ଦିଅନ୍ତୁ।

Leave A Reply

Your email address will not be published.