ତେଲେଙ୍ଗାନା: ଘରୁ ବାହାରିଲେ ଗୁଳି । କଟକଣା ନମାନିଲେ ସୁଟ୍ ଆଟ୍ ସାଇଟ୍ । ଏଭଳି କଡା ନିର୍ଦ୍ଦେଶ ଦେଇଛନ୍ତି ତେଲେଙ୍ଗାନା ସରକାର । ଲକ ଡାଉନ ନିୟମ ଉଲ୍ଲଂଘନ କଲେ ଆଉ ତ୍ରାହି ନାହିଁ । ଯେଉଁ ବ୍ୟକ୍ତି ନିୟମ ଉଲ୍ଲଂଘନ କରିବେ ସେମାନଙ୍କୁ ଦେଖିଲା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓ ।
କରୋନା ସଂକ୍ରମଣ ସଂଖ୍ୟା ଦେଶରେ ଦିନକୁ ଦିନ ବଢ଼ିବାକୁ ଲାଗିଛି । ସୁରକ୍ଷା ପାଇଁ ଗତକାଲି ମଧ୍ୟରାତ୍ରିରୁ ପୁରା ଭାରତକୁ ତାଲା ବନ୍ଦ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ବନ୍ଦ ସତ୍ତ୍ୱେ ଏବେବି ଲୋକେ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି । ବାଇକ ଓ କାର୍ ଧରି ରୋଡ୍ ଉପରେ ଏଣେ ତେଣ ବୁଲିଛନ୍ତି ।
ଏଭଳି ନିୟମ ଖିଲାପକାରୀଙ୍କୁ ସାବାଡ କରିବା ପାଇଁ କଡ଼ା ନିଷ୍ପତି ନେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ଲକ୍ ସମୟରେ ଯେଉଁମାନେ ନିୟମକୁ ଉଲଂଘନ କରୁଛନ୍ତି ତାଙ୍କୁ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ପଡ଼ିଲେ କେନ୍ଦ୍ରରୁ ସେନା ମଗାଯିବା କଥା ମଧ୍ୟ କହିଛନ୍ତି କେସିଆର । କରୋନା ରୋକିବା ପାଇଁ ଲୋକଙ୍କୁ ଘରେ ରହିବାକୁ ସେ ନିବେଦନ କରିଛନ୍ତି ।
BREAKING NEWS
- Chitrangda Singh: ଏଥର କିଛି ଅଲଗା, ମା’ ଭୂମିକାରେ ନଜର ଆସିବେ ଚିତ୍ରାଙ୍ଗଦା
- ନୀରଜ ଚୋପ୍ରାଙ୍କ ବିବାହ ରିସେପ୍ସନରେ ପ୍ରଧାନମନ୍ତ୍ରୀ ମୋଦି…
- ପିଓକେରେ ପୁଣି ସକ୍ରିୟ ହଲେ ଆତଙ୍କବାଦୀ, ମହିଳା-ଛୋଟ ପିଲା ସାମିଲ; ଜୈଶ-ଏ-ମହମ୍ମଦ…
- ଜାନୁଆରୀ ୧ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କୁ ରାତି ଅନିଦ୍ରା ନରଖିବାକୁ ଅନୁରୋଧ
- After 30 years: ୩୦ ବର୍ଷ ପରେ ଗାଁରେ ଜନ୍ମନେଇଛି ଏକ ଶିଶୁକନ୍ୟା, ଗାଁରେ ଖୁସିର ଲହରୀ
- Osman Hadi:’ହାଦିଙ୍କ ହତ୍ୟାରେ ସମ୍ପୃକ୍ତ ଦୁଇ ସନ୍ଦିଗ୍ଧ ବ୍ୟକ୍ତି ଭାରତ ପଳାଇ ଯାଇଛନ୍ତି’,ଢାକା ପୋଲିସର ବଡ଼ ଦାବି
- ବଙ୍ଗାଳୀ ଶ୍ରମିକ ହତ୍ୟା ମାମଲା: ମମତାଙ୍କ ଅଭିଯୋଗ ଭିତ୍ତିହୀନ କହିଲେ ମନମୋହନ ସାମଲ
- Workers Body Found: ମାଟିତଳୁ ମିଳିଲା ଶ୍ରମିକଙ୍କ ମୃତଦେହ, ହତ୍ୟା ସନ୍ଦେହ
- କଂଗ୍ରେସରେ ବହୁତ ସ୍ଲିପର ସେଲ୍ ଆକ୍ଟିଭ ଅଛନ୍ତି: ଦିଗ୍ବିଜୟଙ୍କ ବୟାନକୁ ନେଇ ସରଗରମ ରାଜନୀତି
- ପାକିସ୍ତାନ କରିପାରିଲାନି, ବଲିଉଡ୍ ଦେଖାଇଲା; “ଧୁରନ୍ଧର”କୁ ପ୍ରଶଂସା କଲେ ରେହମାନ ଡକୈତର ବନ୍ଧୁ…
Comments are closed.