Latest Odisha News

BREAKING NEWS

କୋଭିଡ-୧୯: ସ୍ୱତନ୍ତ୍ର ବିମାନ ଯୋଗେ ଇରାନରୁ ଫେରିଲେ ୨୭୭ ଭାରତୀୟ

ନୂଆଦିଲ୍ଲୀ: ଇରାନରେ ଫସିରହିଥିବା ୨୭୭ଜଣ ଭାରତୀୟ ଏକ ବିଶେଷ ବିମାନ ଯୋଗେ ଯୋଧପୁରରେ ପହଞ୍ଚିଛନ୍ତି । ଏହି ଯାତ୍ରୀଙ୍କୁ ସୈନ୍ୟ ଶିବିରରେ କ୍ୱାରେଣ୍ଟାଇନରେ ରଖାଯିବ । ଡାକ୍ତରଙ୍କ ବିଶେଷ ଟିମ୍ ବିମାନ ବନ୍ଦରରେ ଯାତ୍ରୀଙ୍କ ସ୍କ୍ରିନିଂ କରିଛନ୍ତି ।

ଇରାନ କରୋନା ପ୍ରଭାବିକ ଦେଶ ଗୁଡିକ ମଧ୍ୟରେ ଗୋଟିଏ । ଏବେ ସେଠାକାର ପରିସ୍ଥିତିରେ ସୁଧାର ଆସିଥିବା ଜଣାପଡିଛି । ସେଠାରେ ଭାଇରସ ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ଏବେ ବି ୨୦ହଜାରରୁ ଅଧିକ ରହିଛି । ଇରାନର ସ୍ୱାସ୍ଥ୍ୟ ଓ ଚିକିତ୍ସା ଶିକ୍ଷା ମନ୍ତ୍ରାଳୟ କହିଛି ଯେ, କରୋନା ଜନିତ  ମୃତ୍ୟୁ ସଂଖ୍ୟା ବଢ଼ି ୧,୫୫୬ ହୋଇଛି ଓ ୭,୬୩୫ଜଣ ସୁସ୍ଥ ଅଛନ୍ତି ।

Leave A Reply

Your email address will not be published.