Latest Odisha News

BREAKING NEWS

କେଦାର ମିଶ ଓ ସଞ୍ଜୟ କୁମାର ବାଗ ପାଇବେ ଡ. ପ୍ରଫେସର ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ

ଭବାନୀପାଟଣା : ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ୨୦୨୦ ପାଇଁ କେଦାର ମିଶ୍ର ଏବଂ ୨୦୨୧ ପାଇଁ ସଞ୍ଜୟ କୁମାର ବାଗ, ରାଜ୍ୟସ୍ତରୀୟ ଡ. ପ୍ରଫେସର ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ ପାଇବେ ବୋଲି ସୂଚନା ଦିଆଯାଇଛି।

ଡ. ପ୍ରଫେସର ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ ଚୟନ କମିଟି ପକ୍ଷରୁ ରାସ ବିହାରୀ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଅନେକ ସାହିତ୍ୟିକ ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପ୍ରସ୍ତାବ ଓ ମତାମତରେ ଶ୍ରୀ ମିଶ୍ର ଓ ଶ୍ରୀ ବାଗଙ୍କୁ ଚୟନ କରାଯାଇଥିଲା।

ସୋନପୁରରେ ଜନ୍ମଗ୍ରହଣ କରିଥିବା କେଦାର ମିଶ୍ରଙ୍କ ରଚିତ ଆଶସୁପ୍ତ , ଶବ୍ଦକୁ ଚାରିପାଦ, ଶୁନ୍ୟ ଅଭିସାର, ରାଗ କେଦାର ପ୍ରଭୃତି ପୁସ୍ତକ ପାଠକ ମହଲରେ ବେଶ ଆଦୃତ। ସେହିପରି କଳାହାଣ୍ଡି ଜିଲ୍ଲାର ସଞ୍ଜୟ କୁମାର ବାଗଙ୍କ ରଚିତ ବର୍ଣ୍ଣବୋଧ ଏବଂ ମଧୁବାବୁଙ୍କ କଥା , ଲୋକଧାରା , ବିରାଙ୍ଗନା ଦେବୀ ଆଦି ପୁସ୍ତକ ବେଶ ଲୋକପ୍ରିୟ।

ଆଗାମୀ ନଭେମ୍ବର ମାସରେ ଆୟୋଜିତ ହେବାକୁ ଥିବା ମହାବୀର ସାଂସ୍କୃତିକ ଅନୁଷ୍ଠାନର ୫୭ତମ ମହାବୀର ମହୋତ୍ସବ ୨୦୨୧ ପାଳନ ଅବସରରେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସାଧାରଣ ସମ୍ପାଦକ ନାରାୟଣ ସିଂହ ସୂଚନା ପ୍ରଦାନ କରିଛନ୍ତି।

Comments are closed.