Latest Odisha News

BREAKING NEWS

ମାନିଲେ କେଜରିଓ୍ୱାଲ: କମ୍ ବେଡ୍ ଯୋଗୁ ଦିଲ୍ଲୀରେ ବଢିଲା କରୋନା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କରୋନା କେସ ଓ ମୃତ୍ୟୁ ସଂଖ୍ୟା ବଢୁଛି । କରୋନା ସଂକ୍ରମିତଙ୍କ ପାଇଁ ହସ୍ପିଟାଲରେ ପର୍ଯ୍ୟାପ୍ତ ବେଡ୍ ନଥିବାରୁ ବଢ଼ିଲା ମୃତ୍ୟୁ ସଂଖ୍ୟା । ଏକଥାକୁ ସ୍ୱୀକାର କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ । ସେ କହିଛନ୍ତି, ଜୁନ୍ ପ୍ରଥମ ସପ୍ତାହରେ କରୋନା ଆକ୍ରାନ୍ତଙ୍କ ପାଇଁ ଆବଶ୍ୟକ ଅନୁସାରେ ବେଡ୍ ନଥିଲା । କିନ୍ତୁ ବର୍ତ୍ତମାନ ଏଥିରେ କୌଣସି ଅସୁବିଧା ନାହିଁ ।

କେଜରିଓ୍ୱାଲ କହିଛନ୍ତି, ଲକଡାଉନ୍ କଟକଣା ହଟାଇବା ପରେ ଦିଲ୍ଲୀରେ କାୟା ମେଲାଇଛି କରୋନା । ମେ ୧୫ ଯାଏ ଅଧିକ ଲୋକ ସଂକ୍ରମିତ ହୋଇଥିଲେ । କିନ୍ତୁ ଜୁନ୍ ପ୍ରଥମ ସପ୍ତାହ ପରେ ବଢ଼ିଲା ମୃତ୍ୟୁ ସଂଖ୍ୟା । କାରଣ ନଥିଲା ଆବଶ୍ୟକ ବେଡ୍ ଓ ଟେଷ୍ଟିଂ କ୍ଷମତା ବି କମ୍ ଥିଲା ।

ଦିଲ୍ଲୀ ସରକାର କରୋନା ସଂକ୍ରମିତଙ୍କ ପାଇଁ ବେଡ୍ ସଂଖ୍ୟା ବୃଦ୍ଧି କରିଛନ୍ତି । ଦିନେ ଦୁଇ ଦିନ ଭିତରେ କାର‌୍ୟ୍ୟକ୍ଷମ ହେବ ୧୦ ହଜାର ବେଡର କୋଭିଡ୍ କେୟାର ସେଣ୍ଟର । ନମୁନା ପରୀକ୍ଷା କ୍ଷମତା ବଢ଼ାଇବା ସହ ଘରେ ଘରେ ସର୍ଭେ କରାଯାଉଛି ।

Comments are closed.