Latest Odisha News

BREAKING NEWS

ଦିଲ୍ଲୀ ବିଧାନସଭା ନିର୍ବାଚନ: ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଭରିଲେ ଆମ ଆଦମୀ ପାର୍ଟି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ଦିଲ୍ଲୀ ଜାମନଗର ହାଉସରେ ନୂଆଦିଲ୍ଲୀ ଆସନରୁ ନାମାଙ୍କନ ଭରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏଥିପାଇଁ ଦୀର୍ଘ ୭ ଘଂଟାର ଅପେକ୍ଷା କରିବାକୁ ପଡିଥିଲା ।

ସୋମବାର ନିଜ ରୋଡ ଶୋରେ ଅସମ୍ଭାଳ ଭିଡ ଯୋଗୁଁ ବିଳମ୍ବରେ ପହଂଚିବାରୁ ସେ ନାମାଙ୍କନ ଦାଖଲ କରିପାରିନଥିଲେ । ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିଲା । କେଜ୍ରିୱାଲ ଜାମନଗର ହାଉସର ରିଟର୍ଣ୍ଣିଂ ଅଫିସରେ ପହଂଚିଥିଲେ । ସେଠାରୁ ସେ ସିଧା ଯାଇ ନିଜ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ତେବେ ଏହାକୁ କିଛି ସ୍ୱାଧିନ ବିଧାୟକ ପ୍ରାର୍ଥୀ ବିରୋଧ କରିଛନ୍ତି । କେଜ୍ରିୱାଲ ଧାଡିରେ ନଆସି ସିଧା ପ୍ରାର୍ଥୀ ପତ୍ର ଦାଖଲ କରିଥିବାରୁ ଏହାକୁ ବିରୋଧ କରି ସେମାନେ ନାରାବାଜି କରିଥିଲେ ।

କେଜ୍ରିୱାଲଙ୍କ ଟୋକନ ନମ୍ବର ୪୫ ଥିଲା । ହେଲେ ତାଙ୍କ ପୂର୍ବରୁ ଥିବା ଟୋକନଧାରୀ ସ୍ୱାଧୀନ ପ୍ରାର୍ଥୀମାନେ ନାମାଙ୍କନ ଦଖାଲ ପାଇଁ ନିଜ ପାଳିକୁ ଅପେକ୍ଷା କରିଥିଲେ । କନ୍ତୁ କେଜ୍ରିୱାଲ ପାଳିକୁ ଅପେକ୍ଷା ନକରି ଭିତରକୁ ପଶିଯାଇଥିଲେ ।ଏହାକୁ ସେମାନେ କଡା ବିରୋଧ କରିଥିଲେ ।

ଏହାକୁ ନେଇ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସିଧାସଳଖ ବିଜେପିକୁ ଦୋଷ ଦେଇଥିଲେ । କେଜ୍ରିୱାଲଙ୍କ ନାମାଙ୍କନ ପତ୍ର ଦାଖଲ ରୋକିବା ପାଇଁ ବିଜେପି ଷଡଯନ୍ତ୍ର କରୁଥିବା ସେ ଅଭିଯୋଗ କରିଥିଲେ । ସେ ଟ୍ୱିଟ୍ କରି ବିଜେପିକୁ ଟାର୍ଗେଟ୍ କରିଛନ୍ତି । କହିଛନ୍ତି ବିଜେପି ବାଲା ଯେତେ ଷଡଯନ୍ତ୍ର କଲେ ମଧ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ନାମାଙ୍କନ ପତ୍ର ଦାଖଲ କରିବାରେ ରୋକି ପାରିବ ନାହିଁ କି ତୃତୀୟଥର ମୁଖ୍ୟମନ୍ତ୍ରୀ ହେବାରେ ରୋକିପାରିବ ନାହିଁ । ତୁମର ଏହି ଷଡଯନ୍ତ୍ର ସଫଳ ହେବ ନାହିଁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.