Latest Odisha News

BREAKING NEWS

ଜାଣନ୍ତୁ, ବଜେଟ ବ୍ରିଫକେସ ପଛର ରୋଚକ କାହାଣୀ…

ନୂଆଦିଲ୍ଲୀ: ବିତ୍ତ ବର୍ଷ ୨୦୨୦-୨୧ ପାଇଁ ସାଧାରଣ ବଜେଟ ଏକ ଫେବୃଆରୀ ୨୦୨୦ କୁ ଆଗତ ହେବ । ସେହିପରି ଆର୍ଥିକ ସର୍ଭେ ୩୧ ଜାନୁଆରୀ କୁ ଆସିବ । ଏହି ବଜେଟରୁ ଲୋକମାନେ ବହୁତ କିଛି ଆଶା କରୁଛନ୍ତି । ଏହା ନିର୍ମଳା ସୀତାରମଣଙ୍କ ଦ୍ୱିତୀୟ ବଜେଟ ।
ସମସ୍ତଙ୍କ ନଜର ଥାଏ ବ୍ରିଫକେସ ଭିତରେ ଥିବା ବଜେଟ ଉପରେ । ଏଠାରେ କହିରଖୁଛୁ ଯେ ୨୦୧୯ ମସିହାରେ ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ ସ୍ୱାଧୀନତା ଠାରୁ ଆରମ୍ଭ ହୋଇଥିବା ବ୍ରିଫକେସ ଟ୍ରେଣ୍ଡ ଶେଷ କରିଥିଲେ । ସେ ବ୍ରିଫକେସ ବଦଳରେ ଫୋଲ୍ଡର ରେ ବଜେଟ ଆଗତ କଲେ । ଭାରତୀୟ ବଜେଟରେ ରୋଚକ ତଥ୍ୟ ଅଧାରୀତ କାହାଣୀ ସହିତ ବହୁ କିଛି ପରମ୍ପରା ଜଡିତ ଅଛି ଯେମିତି କି ହାଲୱା ପରମ୍ପରା ଅନ୍ୟତମ ।

ଆସନ୍ତୁ ଜାଣିବା ବଜେଟ ସମ୍ପର୍କରେ ଜଡିତ ବ୍ରିଫକେସ ଇତିହାସକୁ:

* ବାସ୍ତବିକ ବଜେଟ ଫ୍ରାଂସିସି ଶବ୍ଦ ‘ ବାଗେଟି’ ଶବ୍ଦ ରୁ ଆସିଛି , ଯାହାର ଅର୍ଥ ଲେଦର ବ୍ୟାଗ ଅଟେ । ୧୮୬୦ ରେ ବ୍ରିଟେନ ର ‘ଚ୍ୟାସେଲର ଅଫ ଦି ଏକ୍ସଚେକର ଚିଫ’ ୱିଲୀୟମ ଏବର୍ଟ ଗ୍ଲେଡ଼ଷ୍ଟମଙ୍କୁ ଦେଇଥିଲେ ।

* ଏହି ବ୍ୟାଗ ତାଙ୍କୁ ନିଜେ ବ୍ରିଟେନ ର ମହାରାଣୀ ନିଜେ ଗ୍ଲେଡ଼ଷ୍ଟମଙ୍କୁ ଦେଇଥିଲେ ।

* ଆଉ ଏଥିରେ ବଜେଟ ସେମ୍ବନ୍ଧୀୟ ସମସ୍ତ ଦସ୍ତାବିଜ ଥିଲା ଯେଉଁଥିରେ ମହାରାଣୀ ଙ୍କ ସୁନାର ମନୋଗ୍ରାମ ଥିଲା ।

* ବ୍ରିଟେନରେ ରେଡ଼ ଗ୍ଲେଡ଼ଷ୍ଟନ ବଜେଟ ବକ୍ସ ୨୦୧୦ ପର୍ଯ୍ୟନ୍ତ ପ୍ରଚଳନ ଥିଲା ଏହା ପରେ ଏହାକୁ ମ୍ୟୁଜିଅମ ରେ ରଖାଯାଇଥିଲା ।

* ସୂଚନାଯୋଗ୍ୟ ଯେ ଏବେ ଏହାସ୍ଥାନରେ ଏକ ନୂଆ ଲାଲ ଲେଦର ବଜେଟ ବକ୍ସ ବ୍ୟବହାର କରାଯାଉଛି ।

* ସ୍ୱାଧୀନ ଭାରତ ର ପ୍ରଥମ ସାଧାରଣ ବଜେଟ ୨୬ ନଭେମ୍ବର ୧୯୪୭ କୁ ତତ୍କାଳୀନ ବିତ୍ତ ମନ୍ତ୍ରୀ ଆର କେ ଶନମୁଖମ ଚେଟି ଆଗତ କରିଥିଲେ।

* ସେ ତାଙ୍କ ବଜେଟକୁ ଏକ ଲେଦର ବ୍ରିଫକେସ ରେ ରଖି ସଂସଦରେ ପହଞ୍ଚି ଥିଲେ ।

* ଏହା ସତ୍ୟ ଯେ ବହୁ ବର୍ଷ ପର୍ଯ୍ୟନ୍ତ ଦେଶର ସମସ୍ତ ବିତ୍ତମନ୍ତ୍ରୀ ଏହି ପ୍ରକାରର ବ୍ୟାଗରେ ବଜେଟ ଦସ୍ତାବିଜ ନେଇ ପହଞ୍ଚନ୍ତି।

* ଭାରତରେ ବଜେଟ ସୁଟକେସ ରଙ୍ଗ ଓ ପ୍ରକାର ର ଅନ୍ତର ଅଛି ।

* ୧୯୫୮ରେ ବଜେଟ ଆଗତ ବେଳେ ସାଂସଦ ରେ ଜବାହରଲାଲ ନେହେରୁଙ୍କ ହାତରେ କଳା ବ୍ରିଫକେସ ରେ ନଜର ଆସିଥିଲେ ।

* ମୋରାଜି ଦେଶାଇ ଓ କୃଷ୍ଣମଚା ରୀ ବଜେଟକୁ ଫାଇଲରେ ଆଣି ଆଗତ କରିଥିଲେ ।

* ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୧୯୯୧ ରେ ବଜେଟ କଳା ବ୍ୟାଗରେ ନେଇ ପହଞ୍ଚିଥିଲେ ।

* ସେହିପରି ପୂର୍ଵ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଗ୍ଲାଡ଼ଷ୍ଟନ ପାରି ରେଡ଼ ବଜେଟ ବକ୍ସ ରେ ଉପଯୋଗ କରିଥିଲେ ।

* ସେହିପରି ବିତ୍ତମନ୍ତ୍ରୀ ଅରୁଣ ଜେଟଲି ନିଜ ହାତରେ ବ୍ରାଉନ ଓ ରେଡ଼ ବ୍ରିଫକେସ ରେ ବଜେଟ ଆଗତ କରିଥିଲେ ।

* ଏହି ୨୦୧୯ ରେ ଅନ୍ତରିମ ବଜେଟ ଆଗତ କରୁଥିବା କାର୍ଯ୍ୟକାରୀ ବିତ୍ତ ମନ୍ତ୍ରୀ ପିୟୁସ ଗୋୟଲ ବଜେଟ ଦସ୍ତାବିଜ କୁ ଲାଲ ବ୍ରିଫକେସ ରେ ପସନ୍ଦ କରିଥିଲେ।

* ଭାରତରେ ବଜେଟ ଦିନ ବ୍ରିଫକେସ ଆଣିବା ପରମ୍ପରା ଇଂରେଜ ମାନଙ୍କ ଦିନଠାରୁ ଚଳି ଆସୁଛି । ବଜେଟ ଦିନ ବିତ୍ତମନ୍ତ୍ରୀ ବ୍ରିଫକେସ ସହ ସଂସଦ ରେ ପହଞ୍ଚନ୍ତି ।

* ସୂଚନାଯୋଗ୍ୟ ଯେ ଲୋକସଭା ଅଧ୍ୟକ୍ଷ ବିତ୍ତମନ୍ତ୍ରୀଙ୍କ ଠାରୁ ନିଜର ବ୍ରିଫକେସ ଖୋଲି ବଜେଟ ଆଗତ କରିବାପାଇଁ ଆଗ୍ରହ ପ୍ରକାଶ କରନ୍ତି ।

Leave A Reply

Your email address will not be published.