ନୂଆଦିଲ୍ଳୀ: ଆମ୍ ଆଦ୍ମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥ ନେବା ପରେ ସେ ସମ୍ବୋଧନ କରିଛନ୍ତି । ସେ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଆପଣଙ୍କ ପୁଅ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇିଛି । ଏ ବିଜୟ ମୋର ନୁହେଁ ଆପଣଙ୍କର । ଏହା ପ୍ରତ୍ୟେକ ଦିଲ୍ଲୀବାସୀଙ୍କ ବିଜୟ ବୋଲି ସେ କହିଛନ୍ତି । ଏଥିସହ ସେ କହିଛନ୍ତି ଯେ, ଦିଲ୍ଲୀରୁ ଦେଶର ନୂଆ ରାଜନୀତି ଆରମ୍ଭ ହେବ । ମୁଁ ସବ୍କା ସାଥ ଓ ସବ୍କା ବିକାଶ ନେଇ କାମ କରିବାକୁ ଚାହୁଁଛି । ଦିଲ୍ଳୀର ବିକାଶ ପାଇଁ କେନ୍ଦ୍ର ସହ ମିଶି କାମ କରିବୁ । ବିକାଶ ପାଇଁ ପ୍ରଧାନ ମନ୍ତ୍ରୀଙ୍କ ଆଶୀର୍ବାଦ ଚାହୁଁଛି ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ନିର୍ବାଚନ ବେଳେ କିଛି ଲୋକ ଆପ୍କୁ ଭୋଟ ଦେଇଥିଲେ ଏବଂ ଆଉ କିଛି ଲୋକ ବିଜେପି ଓ କଂଗ୍ରେସକୁ ଭୋଟ ଦେଇଥିଲେ । କିନ୍ତୁ ଆଜି ମୁଁ ସମସ୍ତଙ୍କର ମୁଖ୍ୟମନ୍ତ୍ରୀ । ବିଜେପି ଓ କଂଗ୍ରେସକୁ ସମର୍ଥନ କରୁଥିବା ଲୋକଙ୍କର ମଧ୍ୟ ମୁଁ ମୁଖ୍ୟମନ୍ତ୍ରୀ । ମୋ ଶାସନ କାଳ ମଧ୍ୟରେ ମୁଁ କଦାପି କାହାରି ସହ ପାତରଅନ୍ତର କରିବି ନାହିଁ ବୋଲି କେଜ୍ରିୱାଲ କହିଛନ୍ତି ।
ଦିଲ୍ଲୀ ବିଧାନସଭା ନିର୍ବାଚନରେ ବଡ ବିଜୟ ହାସଲ ପରେ ଆଜି ରାମଲୀଲା ମୈଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଏହି ଶପଥ ଗ୍ରହଣ ଉତ୍ସବରେ ତାଙ୍କ ସହ ୬ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.