Latest Odisha News

BREAKING NEWS

କେଜ୍ରିୱାଲ ଚାହୁଁଛନ୍ତି ଚାଷୀ ଆତ୍ମହତ୍ୟା କରନ୍ତୁ, ବିଜେପି ସାଂସଦଙ୍କ ଅଭିଯୋଗ

ନୂଆଦିଲ୍ଲୀ: କେନ୍ଦ୍ରର ୩ କୃଷି ଆଇନକୁ ନେଇ କୃଷକଙ୍କ ଆନ୍ଦୋଳନ ପ୍ରାୟ ୩ ମାସ ହେଲା ଜାରି ରହିଛି । ଆଇନ୍ ପ୍ରତ୍ୟାହାର କରିବାକୁ କୃଷକ ଦାବି କରି ଆସୁଥିବା ବେଳେ ଅମଙ୍ଗ କେନ୍ଦ୍ର । ଏଭଳି ସ୍ଥିତିରେ ବିଜେପି ନେତା କେତେବେଳେ ଚାଷୀଙ୍କୁ ଆତଙ୍କବାଦୀ ତ ଆଉ କେବେ ଦେଶଦ୍ରୋହୀ କହୁଛନ୍ତି । ଏବେ ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ନୂଆ ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ମୀନାକ୍ଷୀ ଲେଖି । ଆମ୍ ଆଦମୀ ପାର୍ଟିକୁ ଟାର୍ଗେଟ୍ କରି ମୀନାକ୍ଷୀ କହିଛନ୍ତି- ‘ଚାଷୀ ଆତ୍ମହତ୍ୟା କରନ୍ତୁ ବୋଲି ଚାହୁଁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।‘ ମୀନାକ୍ଷାଙ୍କ ଏଭଳି ମନ୍ତବ୍ୟକୁ ରାଜନୀତିକ ଆରୋପ ପ୍ରତ୍ୟାରୋପ ବି ଆରମ୍ଭ ହୋଇଛି ।

ମୀନାକ୍ଷା କହିଛନ୍ତି- ‘ଦିନକୁ ଦିନ କୃଷକଙ୍କ ଅବସ୍ଥା ବିଗୁଡ଼ିଛି । କିନ୍ତୁ କେଜ୍ରିୱାଲ ଚାହୁଁଛନ୍ତି କୃଷକ ଆତ୍ମହତ୍ୟା କରନ୍ତୁ । ଚାଷୀ କେବେ ସେମାନଙ୍କ ଅମଳ ଫସଲର ଭଲ ମୂଲ୍ୟ ପାଆନ୍ତୁ ଏବଂ ସେମାନଙ୍କ ସ୍ଥିତିରେ ସୁଧାର ଆସୁ ବୋଲି କେଜ୍ରିୱାଲ ଚାହୁଁନାହାଁନ୍ତି । ମଧ୍ୟସ୍ଥି ବା ମିଡିଲ୍ ମ୍ୟାନଙ୍କୁ ହଟାଇବା ଲାଗି ନୂଆ କୃଷି ଆଇନ୍ ଆସିଛି । କେଜ୍ରିୱାଲ କୃଷି ଆଇନକୁ ବିରୋଧ କରି ମିଡିଲ୍ ମ୍ୟାନଙ୍କ ସପକ୍ଷରେ ଅଛନ୍ତି । ମୁଁ ଭାବୁନାହିଁ କେଜ୍ରିୱାଲ ଦେଶର ହିତ ଓ କୃଷକଙ୍କ ହିତ ନେଇ କାର୍ଯ୍ୟ କରୁଛନ୍ତି ।’

ଫେବ୍ରୁଆରୀ ୨୧ରେ ପଶ୍ଚିମ ଉତ୍ତରପ୍ରଦେଶର ଚାଷୀ ନେତାଙ୍କୁ ବିଧାନସଭାରେ ଭେଟିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । କେନ୍ଦ୍ରର ନୂଆ କୃଷି ଆଇନ୍ ଚାଷୀଙ୍କ ପାଇଁ ଡେଥ୍ ୱାରେଣ୍ଟ ବୋଲି କେଜ୍ରିୱାଲ କହିଥିଲେ । ଏଥିସହ ଏହି ଆଇନ୍ ଚାଷୀଙ୍କୁ କିଛି କର୍ପୋରେଟସଙ୍କ ଅଧୀନରେ ନିୟନ୍ତ୍ରଣ କରିବାକୁ ଛାଡ଼ି ଦେବ ବୋଲି କହିଥିଲେ । କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଷୀ ଗତବର୍ଷ ନଭେମ୍ବରରୁ ପ୍ରତିବାଦ କରୁଛନ୍ତି ।

Leave A Reply

Your email address will not be published.