Latest Odisha News

BREAKING NEWS

ସବୁ ମୁଖ୍ୟମନ୍ତ୍ରୀଙ୍କୁ ଅକ୍ସିଜେନ୍ ମାଗିଲେ କେଜରିଓ୍ବାଲ

ନୂଆଦିଲ୍ଲୀ : ମହାମାରୀ କରୋନାକୁ ନେଇ ରାଜଧାନୀରେ ଦିଲ୍ଲୀରେ ସାଂଘାତିକ ହେଲାଣି ସ୍ଥିତି । ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଚିକିତ୍ସାରେ ବାଧକ ସାଜିଛି ଅକ୍ସିଜେନ୍ ଅଭାବ । ଫଳରେ ଅକ୍ସିଜେନ ଅଭାବରୁ ଅନେକ ରୋଗୀ ପ୍ରାଣ ହରାଇଲେଣି । ହସପିଟାଲରେ ଅକ୍ସିଜେନର ଅଭାବ ଦେଖା ଦେଇଥିବା ବେଳେ, ଆଜି ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ଅକ୍ସିଜେନ୍ ମାଗିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ।

ଉଭୟ ମେଡିକାଲ ଅକ୍ସିଜେନ ଓ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେବାକୁ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ନିବେଦଦନ କରିଛନ୍ତି କେଜରିଓ୍ବାଲ । ଯଦି କିଛି ବଳକା ଅକ୍ସିଜେନ ଅଛି, ତେବେ ସେଗୁଡ଼ିକୁ ତୁରନ୍ତ ଦିଲ୍ଲୀ ପଠାଇବାକୁ ନିବେଦନ କରିଛନ୍ତି କେଜରିଓ୍ବାଲ । କେନ୍ଦ୍ର ସରକାର ଯେତିକି ଅକ୍ସିଜେନ୍ ଯୋଗାଇ ଦେଉଛନ୍ତି ତାହା ଯଥେଷ୍ଟ ହେଉନାହିଁ । କାରଣ ଯେଉଁ ପରିମାଣରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି, ସେହି ତୁଳନାରେ ଅକ୍ସିଜେନ୍ ମହଜୁଦ ନାହିଁ । ଯଦି ଆପଣମାନେ ଅକ୍ସିଜେନ୍ ପଠାଇବେ ତାହେଲେ ଦିଲ୍ଲୀବାସୀଙ୍କ ଜୀବନ ବଞ୍ଚିଯିବ ବୋଲି କେଜରିଓ୍ବାଲ କହିଛନ୍ତି ।

ଅକ୍ସିଜେନ୍ ଅଭାବରୁ ଦିଲ୍ଲୀର ଗୋଲ୍ଡେନ୍ ହସ୍ପିଟାଲରେ ୨୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଅକ୍ସିଜେନ ନଥିବାରୁ ଅନେକ ହସପିଟାଲ ବେଡ୍ ହଟାଇ ଦେଇଛନ୍ତି । ତେଣୁ କରୋନା ଭଳି ମହାମାରୀ ସମୟରେ ଚିକିତ୍ସାରେ ଯେପରି କୌଣସି ସମସ୍ୟା ନଉପୁଜିବ, ସେଥିପାଇଁ ଅକ୍ସିଜେନ୍ ଯୋଗାଇ ଦେବାକୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ଅରବିନ୍ଦ କେଜରିଓ୍ବାଲ ।

Leave A Reply

Your email address will not be published.