କଳାହାଣ୍ଡି:ପୁଣି ଭିଜିଲାନ୍ସ ରେଡ୍ । ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କର୍ଲାମୁଣ୍ଡା ରାଜସ୍ବ ନିରୀକ୍ଷକ। କର୍ଲାମୁଣ୍ଡା ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଆର୍ ଆଇ । ଜମିର ମିଉଟେସନ କରିଦେବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି କର୍ଲାମୁଣ୍ଡା ତହସିଲ ଅନ୍ତର୍ଗତ କର୍ଲାମୁଣ୍ଡା ରାଜସ୍ବ ନିରୀକ୍ଷକ ରମେଶ ଚନ୍ଦ୍ର ବରାଳ। କର୍ଲାମୁଣ୍ଡା ପଞ୍ଚାୟତ ଅଧିନସ୍ଥ କର୍ଲାମୁଣ୍ଡା ଗାଁରେ ରହୁଥିବା ବିରଞ୍ଚି ନାରାୟଣ ଚୌଧୁରୀଙ୍କ ଡୁକେରମାଳ ଗାଁରେ କିଣିଥିବା ଦଲିଲକୁ ଡିମାର୍କଏସନ ବାବଦରେ ୨୦୦୦ ହଜାର ଟଙ୍କା ଦାବି କରିଥିଲେ ଆରଆଇ ରମେଶ ବରାଳ। ଏହାକୁ ନେଇ ବିରଞ୍ଚି ନାରାୟଣ ଚୌଧୁରୀ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗକୁ ଜଣାଇଥିଲେ। କୋରାପୁଟ ଭିଜିଲାନ୍ସ କେସ ନଂ ୧୨-୨୨/୪/୨୧ ଅଭିଯୋଗ ପାଇଁ କଳାହାଣ୍ଡି ଜିଲ୍ଲା ଭିଜିଲେନ୍ସ ଡ଼ିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ କର୍ଲାମୁଣ୍ଡା ରାଜସ୍ବ ନିରୀକ୍ଷକ ରମେଶ ବରାଳଙ୍କୁ ଅଧିକ ତଦନ୍ତ ପାଇଁ ଭବାନୀପାଟଣା ନିଆଯାଇଥିବା ଜଣାପଡ଼ିଛି।
BREAKING NEWS
- ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାଣଙ୍କୁ ଗୁଜୁରାଟ ସରକାରଙ୍କ ବଡ ଉପହାର
- ବିସ୍କୁଟରେ ମିଶୁଛି ଚୋକଡ, କ୍ଷୀରରେ ଡ଼ିଟରଜେଣ୍ଟ; ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ…
- ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟିର ଗଞ୍ଜେଇ ଜବତ, ୩ ଅଟକ…
- ଟାଇଗର ଶ୍ରଫ୍ଙ୍କୁ ଫାୟାରିଂ ପଛର ସତ୍ୟ ବାହାର କଲା ପୋଲିସ: ଚାକିରି ଓ ଟଙ୍କା ଲୋଭରେ କରାଯାଇଥିଲା ଆକ୍ରମଣ
- ଦେଶବାସୀଙ୍କୁ ମୋହନ ଭାଗବତଙ୍କ ସମ୍ୱୋଧନ: କହିଲେ, ଏକତା ଓ ପ୍ରଗତି ରାସ୍ତାରେ ଆମେ ଆଗକୁ ବଢ଼ିବା ଦରକାର
- ରେଲୱେ ଟ୍ରାକ ନିକଟରେ କୁମ୍ଭୀର, ଚିନ୍ତାରେ ଲୋକେ
- ଦଶହରା ଶୁଭେଚ୍ଛା: ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
- ମା’କୁ ମାରି ରୋଷେଇ ଘରେ ପ୍ଲାଷ୍ଟର କରିବା ଘଟଣା: ପୁଅକୁ ଝାଡ଼ଖଣ୍ଡରୁ ଗିରଫ କଲା ପୋଲିସ
- ମ୍ୟାଟ୍ରିମୋନିଆଲ୍ ସାଇଟ୍ରେ ପ୍ରେମ ଜାଲ: ବିବାହ ଆଶା ଦେଖାଇ କୋଟିଏ ଟଙ୍କା ଚୂନ
- ଭାରତରୁ ନିଜ ଦେଶ ଇଣ୍ଡୋନେସିଆକୁ ଫେରିଲା ଓରାଙ୍ଗଉଟାନ ଶାବକ


Comments are closed.