କେନ୍ଦ୍ରାପଡା: ମହାକାଳପଡା ସ୍ଥିତ ରାମନଗର ପୋଷ୍ଟମାଷ୍ଟରଙ୍କୁ ୫ ବର୍ଷ ଜେଲ। ୫ ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି କେନ୍ଦ୍ରାପଡା ସିଜେଏମ କୋର୍ଟ । ଜମାକାରୀଙ୍କ ୧୬ ଲକ୍ଷ ଟଙ୍କା ଲୁଟିଥିଲେ ପୋଷ୍ଟମାଷ୍ଟର କାବେରୀ ମଲ୍ଲିକ ।
ଜମ୍ବୁ ସାମୁଦ୍ରିକ ଥାନା କେସ ନମ୍ବର ୩୯/୨୦୨୨ରେ କାବେରୀ ମଲ୍ଲିକ ନାମକ ଜଣେ ବ୍ରାଞ୍ଚ ପୋଷ୍ଟମାଷ୍ଟର ଗିରଫ ହୋଇଥିଲେ । ସେ ବିସ୍ଥାପିତ RR କଲୋନୀ,ରାମନଗରରେ କାର୍ଯ୍ୟରତ ଥିଲେ । ୩୦୦ ଜଣ ଜମାକାରୀଙ୍କ ମୋଟ ୧୬,୬୩,୮୮୩ ଟଙ୍କାର ହେରଫେର ହୋଇଥିବା ଜାଣି ବ୍ରାଞ୍ଚ ପୋଷ୍ଟମାଷ୍ଟର କାବେରୀ ମଲ୍ଲିକଙ୍କ ବିରୁଦ୍ଧରେ ଜମ୍ବୁ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଥିଲେ ତତ୍କାଳୀନ ନର୍ଥ ଡିଭିଜନ ସୁପରିଟେଣ୍ଡେଣ୍ଟ ଦେବାଶିଷ ଶତପଥୀ ।
ଏହାପରେ ଜମ୍ବୁ ସାମୁଦ୍ରିକ ଥାନା ପୋଲିସ କାବେରୀଙ୍କୁ ଗିରଫ କରି ଜେଲ ପଠାଇଥିଲା ।
Comments are closed.