Latest Odisha News

BREAKING NEWS

କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ପରାମର୍ଶଦାତା କମିଟିର ସଦସ୍ୟ ହେଲେ ସାଂସଦ ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ: ଗଠନ ହେଲା କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ପରାମର୍ଶଦାତା କମିଟି । ପରାମର୍ଶଦାତା କମିଟିର ସଦସ୍ୟ ହେଲେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସଦସ୍ୟ ଭାବେ ସାମିଲ ହୋଇଛନ୍ତି ବୈଜୟନ୍ତ । କମିଟି ଗଠନ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ବିଜ୍ଞପ୍ତି ପ୍ରକାଶ କରିଛି।

ତେବେ କମିଟିରେ ଲୋକସଭାର ୧୪ ଓ ରାଜ୍ୟସଭାର ୮ ଜଣ ସଦସ୍ୟ ସାମିଲ ହୋଇଛନ୍ତି । କମିଟିର ଅଧ୍ୟକ୍ଷ ହୋଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ । ଲୋକସଭାରୁ ଏହି କମିଟିରେ ଡଃ. କାଳନ୍ଦୀ ଭିରାସ୍ଵାମୀ, ରାଜୁ ବିସ୍ତା, ବସବରାଜ ବୋମ୍ମାଇ, ରାଓ ରାଜେନ୍ଦ୍ର ସିଂ, ବୈଜୟନ୍ତ ପଣ୍ଡା, ରାଜୀବ ରାୟ, ଅମୋଲ ରାମସିଂ କୋହ୍ଲେ, ଶଶାଙ୍କ ମଣୀ, କୁମାରୀ ସେଲଜା ଓ ମାଳବିକା ଦେବୀ ପ୍ରମୁଖ ସଦସ୍ୟ ଅଛନ୍ତି। ସେହିପରି ରାଜ୍ୟସଭାରୁ ପି. ଚିଦାମ୍ବରନ, ଶମ୍ଭୁ ଶରଣ ପଟେଲ, ୱାଇ ଭେଙ୍କଟ ସୁବା ରେଡ୍ଡୀ ଓ ଅଶୋକ କୁମାର ମିତ୍ତଲ ପ୍ରମୁଖ ସଦସ୍ୟ ହୋଇଛନ୍ତି।

Leave A Reply

Your email address will not be published.