Latest Odisha News

ଶନିବାର, ରବିବାର ଓ ମଙ୍ଗଳବାର ବନ୍ଦ ରହିବ ମା’ ତାରିଣୀ ମନ୍ଦିର

କେନ୍ଦୁଝର : କରୋନା ସଂକ୍ରମଣ ପାଇଁ ଘଟଗାଁ ମା’ ତାରିଣୀ ମନ୍ଦିରରେ ଜାରି ହେଲା କଟକଣା । ଏଣିକି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସପ୍ତାହର ପ୍ରତି ଶନିବାର, ରବିବାର ଓ ମଙ୍ଗଳବାର ବନ୍ଦ ରହିବ ମା’ ତାରିଣୀ ମନ୍ଦିର । ଅର୍ଥାତ ଏହି ତିନି ଦିନ ମା’ ତାରିଣୀଙ୍କ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ । ଏନେଇ କଟକଣା ଲଗାଇଛନ୍ତି କେନ୍ଦୁଝର ଜିଲ୍ଲାପାଳ ।

ନୂଆ ଗାଇଡଲାଇନ୍ ଅନୁସାରେ, ଓଡ଼ିଶା ବାହାର ଭକ୍ତ ଦର୍ଶନ ପାଇଁ ଆସିଲେ, ସାଥିରେ ୭୨ ଘଣ୍ଟା ପୂର୍ବରୁ RTPCR କୋଭିଡ ନେଗେଟିଭ ରିପୋର୍ଟ ଆଣିବା ବାଧ୍ୟତାମୂଳକ । ଏହାସହ ଦ୍ବିତୀୟ ଡୋଜ ଟିକାଦାନର ପ୍ରମାଣପତ୍ର ଆଣିବା ଜରୁରୀ । ସେହିନରି ଭକ୍ତମାନେ ମଧ୍ୟ ନିଜ ପ୍ରମାଣ ପତ୍ର ସାଥିରେ ଆଣିବାକୁ କୁହଯାଇଛି । ସେହିପରି ମାସ୍କ ପରିଧାନ ସହ ସାମାଜିକ ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ଶ୍ରଦ୍ଧାଳୁ ନିୟମର ଉଲ୍ଲଂଘନ କରନ୍ତି, ତେବେ ସମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.