Latest Odisha News

BREAKING NEWS

୧୯୨୯ କଲ୍ ସେଣ୍ଟର ପରିଦର୍ଶନ କଲେ କୋଭିଡ୍ ପର୍ଯ୍ୟବେକ୍ଷକ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣି ଥରେ ୧୯୨୯ କଲ୍ ସେଣ୍ଟରକୁ କାର୍ଯ୍ୟକ୍ଷମ କରାଯାଇଛି । ଭୁବନେଶ୍ୱର କୋଭିଡ୍ ପର୍ଯ୍ୟବେକ୍ଷକ ତଥା ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ଶ୍ରମ କମିଶନହ ଡକ୍ଟର ଏନ୍.ତିରୁମାଳା ନାଏକ ୧୯୨୯ କଲ୍ ସେଣ୍ଟର ପରିଦର୍ଶନ କରିଛନ୍ତି । କଲ୍ ସେଣ୍ଟରର କର୍ମଚାରୀ ନିୟମିତ ଭାବେ ହୋମ୍ ଆଇସୋଲେସନରେ ଥିବା କର୍ମଚାରୀଙ୍କ ସହ କଥା ହୋଇ ଲୋକଙ୍କ ସମସ୍ୟା ବୁଝିଥାନ୍ତି । ଡାକ୍ତର ମଧ୍ୟ ଲୋକଙ୍କୁ ପରାମର୍ଶ ଦେଇଥାନ୍ତି ।

City Covid Observers visit 1929 Call Centre

କର୍ମଚାରୀ ମାନଙ୍କ ସହ କୋଭିଡ୍ ପର୍ଯ୍ୟବେକ୍ଷକ ଆଲୋଚନା କରିଛନ୍ତି । ଏଥିସହ ଲୋକଙ୍କ କଲ୍ ଅପେକ୍ଷା ସମୟ ହ୍ରାସ କରିବା ପାଇଁ ଟିମ୍ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କରିବା ଲାଗି କୋଭିଡ୍ ପର୍ଯ୍ୟବେକ୍ଷକ ପରାମର୍ଶ ଦେଇଥିଲେ । ବିଏମସି କମିଶନର ତଥା ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ସିଇଓ ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ଅନ୍ୟ କର୍ମକର୍ତ୍ତା ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

୧୯୨୯ରୁ ଏପ୍ରିଲ୍ ୧୮ ତାରିଖ ସୁଦ୍ଧା ୩ ହଜାର ୭୯୨ଟି କଲ୍ ଲୋକଙ୍କୁ କରାଯାଇଥିବା ବେଳେ ଟିମ୍ ୮୮୬ଟି କଲ୍ ରିସିଭ୍ କରିଛି । ଚଳିତବର୍ଷ ମାର୍ଚ୍ଚ ୨୫ରେ କରୋନା ସଂକ୍ରମଣ ବୃଦ୍ଧି ପରେ ୧୯୨୯ କଲ୍ ସେଣ୍ଟର ପୁନଃ କାର୍ଯ୍ୟକ୍ଷମ ହୋଇଥିଲା ।

Leave A Reply

Your email address will not be published.