Latest Odisha News

BREAKING NEWS

ଚାନ୍ଦା କରି କିଣିଥିଲେ ୨୫୦ ଟଙ୍କିଆ ଲଟେରି: ଏବେ ଜିତିଲେ ୧୦କୋଟି

ପାଖରେ ୨୫ଟଙ୍କା ଭଳି ସାମାନ୍ୟ ଅର୍ଥରାଶି ନ ଥିବା କେରଳର ୧୧ଜଣ ମହିଳା ନିଜ ନିଜ ଭିତରେ ଚାନ୍ଦା କରି କିଛି ସପ୍ତାହ ତଳେ ୨୫୦ଟଙ୍କିଆ ଲଟେରି ଟିକେଟ୍ କିଣି ୧୦ କୋଟି ଟଙ୍କା ଜିତିଛନ୍ତି ।

କେରଳ: କଥାରେ ଅଛି “ଉପର ବାଲା ଯେବେ ଦିଏ ଛପର ଫାଡ଼ିକି ଦିଏ” । ଏହି ଲୋକକଥାଟି କେରଳର ୧୧ଜଣ ମହିଳାଙ୍କ ଠାରେ ସମ୍ପୁର୍ଣ୍ଣ ମେଳ ଖାଉଛି । ପ୍ରକୃତରେ କଥାଟି ହେଇଛି ଏପରି, କେରଳର ପରାପ୍ପାନାନ୍‌ଗାଡ଼ି ପୌରପାଳିକା ଅନ୍ତର୍ଗତ ସବୁଜ ବାହିନୀ ‘ହରିତ କର୍ମ ସେନା’ର ୧୧ଜଣ ସଦସ୍ୟା ଗତ କିଛିଦିନ ତଳେ ୨୫୦ଟଙ୍କା ଦେଇ ଏକ ଲଟେରି ଟିକେଟ କିଣିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ପାଖରେ ଟଙ୍କା ନଥିବାରୁ ଉଧାର ଆଣି ଉକ୍ତ ଲଟେରି ଟିକେଟ କିଣିବା ପାଇଁ ଟଙ୍କା ଦେଇଥିଲେ। କିନ୍ତୁ ଏବେ ତାଙ୍କ ଭାଗ୍ୟ ତାଙ୍କୁ ସାଥ୍ ଦେଇଛି । କିଣିଥିବା ୨୫୦ ଟଙ୍କିଆ ଲଟେରିରୁ ସେ ପାଇଛନ୍ତି ୧୦କୋଟି ଟଙ୍କା ।

ଗତ ବୁଧବାର ଦିନ ‘ମନ୍‌ସୁନ୍‌ ବମ୍ପର୍‌’ ଲଟେରି ଉଠାଣ ପରେ ସେମାନେ ୧୦ କୋଟି ଟଙ୍କା ଜିଣିଥିବା କଥା ‘କେରଳ ଲଟେରି ବିଭାଗ’ ଘୋଷଣା କରିଥିଲା। ଗୋଟିଏ ଲଟେରି ଟିକେଟ୍‌, ତାହା ପୁଣି ଥରକରେ କୋଟିପତି କରିଦେବ ବୋଲି ସେମାନେ କେବେ କଳ୍ପନା କରି ନ ଥିଲେ। ‘ହରିତ କର୍ମ ସେନା’ ସଦସ୍ୟ ଭାବେ ପାଉଥିବା ସାମାନ୍ୟ ବେତନରେ ସେମାନେ ଦୁଃଖେକଷ୍ଟେ ପରିବାର ପ୍ରତିପୋଷଣ କରନ୍ତି। ତାହା ପୁଣି ସେମାନଙ୍କ ପରିବାରର ପାଇଁ ଆୟର ଏକମାତ୍ର ପନ୍ଥା।

ସୋମନେ ବ୍ୟାକୁଳ ହୋଇ ଲଟେରି ଉଠାଣକୁ ଚାହିଁ ବସିଥିଲେ। କିନ୍ତୁ, ନିକଟବର୍ତ୍ତୀ ପଲକ୍କଡ଼ରେ ବିକ୍ରୟ କରାଯାଇଥିବା ଲଟେରି ଟିକେଟଟି ପ୍ରଥମ ପୁରସ୍କାର ପାଇଥିବା କଥା କେହି ଜଣେ କହିବାରୁ ଆମକୁ ଦୁଃଖ ଲାଗିଥିଲା। ପରିଶେଷରେ ଲଟେରି ଜିଣିଛୁ ବୋଲି ଜାଣିବା ପରେ ଆମ ଚଞ୍ଚଳତା ଓ ଆନନ୍ଦର ସୀମା ରହିଲା ନାହିଁ। ଆମ୍ଭମାନଙ୍କ ମଧ୍ୟରୁ ସମସ୍ତେ ଜୀବନରେ ଦୁଃଖକଷ୍ଟ ଭୋଗିଛୁ। ଏଇ ଟଙ୍କା ଆମ ସମସ୍ୟା ସବୁକୁ କିଛି ପରିମାଣରେ ସମାଧାନ କରିବାରେ ସହାୟକ ହେବ ବୋଲି ସେହି ୧୧ଜଣ ସଦସ୍ୟାଙ୍କ ମଧ୍ୟରୁ ଜଣେ ମହିଳା କହିଛନ୍ତି । ସେହିପରି ଆଗରୁ ମଧ୍ୟ ଆମେ ଟଙ୍କା ଆଦାୟ କରି କେତେ ଥର ଲଟେରି ଟିକେଟ କିଣିଥିଲୁ। କିନ୍ତୁ, ପ୍ରଥମ କରି ଏତେ ପରିମାଣର ଅର୍ଥରାଶି ପାଇଲୁ ବୋଲି ଉଧାର କରି ଲଟେରି ଟିକେଟ୍‌ କିଣିଥିବା ମହିଳା ରାଧା କହିଛନ୍ତି ।

Leave A Reply

Your email address will not be published.