Latest Odisha News

BREAKING NEWS

ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ରାଜ୍ୟପାଳ ରହିବେନି କୁଳପତି, ବିଧାନସଭାରେ ବିଲ୍ ପାରିତ

ଥିରୁବନନ୍ତପୁରମ: ଏଣିକି ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ରାଜ୍ୟପାଳ କୁଳପତି ରହିବେ ନାହିଁ । ଏନେଇ ଆଜି କେରଳ ବିଧାନସଭାରେ ବିଶ୍ୱବିଦ୍ୟାଳୟ ନିୟମ (ସଂଶୋଧିତ) ବିଲ୍-୨୦୨୨ ପାରିତ ହୋଇଛି । ତେବେ ଏହି ବିଲକୁ ବିରୋଧୀ କଂଗ୍ରେସ ବିରୋଧ କରିଛି ।

ଜଣେ ଶିକ୍ଷାବିତ୍ ପରିବର୍ତ୍ତେ ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କୁ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦେବାକୁ ବିରୋଧୀ କଂଗ୍ରେସ ଦାବି କରିଛି । ଡିସେମ୍ବର ୭ ତାରିଖରେ କେରଳ ଆଇନ୍ ମନ୍ତ୍ରୀ ପି. ରାଜୀବ ବିଧାନସଭାରେ ସଂଶୋଧନ ବିଲ୍ ଆଗତ କରିଥିଲେ ।

ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଓ ବାଚସ୍ପତିଙ୍କ ୩ ଜଣିଆ କମିଟି ବିଶ୍ୱବିଦ୍ୟାଳୟ କୁଳପତି ଚୟନ କରିବ ବୋଲି ବିଲରେ ଥିଲା । ବିଲ୍ ଅନୁସାରେ, ସରକାର ଜଣେ ବିଶିଷ୍ଟ ଶିକ୍ଷାବିତଙ୍କୁ ବିଶ୍ୱବିଦ୍ୟାଳୟରେ କୁଳପତି ଭାବେ ନିଯୁକ୍ତ ଦେବେ । ଯିଏ କି ବିଜ୍ଞାନ, କୃଷି, ପ୍ରାଣୀ ବିଜ୍ଞାନ, ଟେକ୍ନୋଲୋଜି, ମେଡିସିନ୍ କ୍ଷେତ୍ରରେ ଦକ୍ଷ ହୋଇଥିବେ ।

କୁଳପତିଙ୍କ ନିଯୁକ୍ତି ଅବଧି ୫ ବର୍ଷ ରହିବ । କୁଳପତିଙ୍କ ନିଯୁକ୍ତିକୁ ଆଉ ୫ ବର୍ଷ ଅର୍ଥାତ୍ ଆଉ ଏକ ଟର୍ମ ପାଇଁ ବଢ଼ାଇ ଦିଆ ଯାଇ ପାରିବ । କୁଳପତି ଚାହିଁଲେ ସରକାରଙ୍କୁ ଲିଖିତ ଭାବେ ଜଣାଇ ଇସ୍ତଫା ଦେଇ ପାରିବେ । ଏବେ ସଂଶୋଧିତ ବିଲକୁ ଚୟନ କମିଟିକୁ ବିଚାର ପାଇଁ ପଠାଇ ଦିଆ ଯାଇଛି ।

Comments are closed.