Latest Odisha News

BREAKING NEWS

୨୦୦ ବର୍ଷର ଏମିତି ମନ୍ଦିର, ଯେଉଁଠି ପୂଜା ପାଉଛନ୍ତି ଅଟାରେ ତିଆରି ମୂର୍ତ୍ତି

ଗୁଜୁରାଟ: ସାଧାରଣତଃ ଭଗବାନଙ୍କ ମୂର୍ତ୍ତି ମାର୍ବଲ କିମ୍ବା ପଥରରେ ତିଆରି ହୋଇଥାଏ । ଆଉ କେଉଁଠି କାଠରେ ନିର୍ମିତ ପ୍ରତିମା ମଧ୍ୟ ପୂଜା ପାଆନ୍ତି । ଦେଶରେ ଅନେକ ହନୁମାନ ମନ୍ଦିର ଅଛି । କିନ୍ତୁ ଗୁଜରାଟରେ ଏମିତି ଏକ ହନୁମାନଙ୍କ ମନ୍ଦିର ଅଛି, ଯାହା ଅଟାରେ ନିର୍ମିତ । ଏହା ୨୦୦ ବର୍ଷ ପୁରୁଣା ହୋଇଥିଲେ ବି ଯେମିତି କି ସେମିତି ଅଛି । ଏଠାକାର ଲୋକମାନେ ଏହାକୁ ପବନପୁତ୍ରଙ୍କ ଚମତ୍କାରିତା ବୋଲି କହିଥାନ୍ତି । ସେଥିପାଇଁ ଶସ୍ୟରେ ନିର୍ମିତ ଏହି ପ୍ରତିମା ଏତେ ବର୍ଷ ଧରି ରହିଆସିଛି ।

ଗୁଜୁରାଟର ଇଦର ତାଲୁକାର କାଦିଆଦାରା ଗ୍ରାମରେ ରହିଛି ପ୍ରଭୁ ହନୁମାନଙ୍କର ମନ୍ଦିର । ଏହି ମନ୍ଦିର ୨୦୦ ବର୍ଷରୁ ଅଧିକ ପୁରୁଣା ବୋଲି କୁହାଯାଏ । ଏହି ମନ୍ଦିରରେ ପୂଜା ପାଉଥିବା ଭଗବାନ ହନୁମାନଙ୍କ ମୂର୍ତ୍ତି ମାର୍ବଲ କି ପଥରରେ ନିର୍ମିତ ହୋଇନାହିଁ , ଏହା ଅଟାରେ ତିଆରି ହୋଇଛି । ଏହି ପ୍ରତିମା ୨୦୦ ବର୍ଷରୁ ଅଧିକ ହେଲେ ବି ଏହାର କୌଣସି ଅଂଶ ଭାଙ୍ଗି ନାହିଁ । ଆଜି ବି ହନୁମାନଙ୍କ ପାଦରେ ୨୦୦ ବର୍ଷ ପୁରୁଣା ଶସ୍ୟ ଦେଖିବାକୁ ମିଳେ । ମୂର୍ତ୍ତିର ଅନ୍ୟ ପାର୍ଶ୍ୱରେ ରଙ୍ଗୀନ କାଗଜ ଲେପନ କରାଯାଇଛି ।

ସ୍ଥାନୀୟ ଲୋକଙ୍କ କହିବା କଥା, ସମଗ୍ର ଗୁଜୁରାଟରେ କୌଣସି ଶସ୍ୟରେ ନିର୍ମିତ ଏହା ହେଉଛି ଏକମାତ୍ର ପ୍ରତିମା, ଯାହା ୨୦୦ ବର୍ଷ ପରେ ମଧ୍ୟ ଅକ୍ଷୁର୍ଣ୍ଣ ରହିଛି । ଏହି ହନୁମାନ ମନ୍ଦିର ପାଖରେ ଗ୍ରାମଦେବୀଙ୍କର ମଧ୍ୟ ଏକ ଛୋଟ ମନ୍ଦିର ଅଛି । ଗ୍ରାମଦେବୀଙ୍କ ଏହି ଛୋଟ ମନ୍ଦିର ମଧ୍ୟ ହନୁମାନଜୀଙ୍କ ପ୍ରତିମା ପରି ପୁରାତନ । ଏଠାରେ ଯିଏ ଯାହା କିଛି ମାନସିକ ରଖନ୍ତି, ତାହା ପୂରଣ ହୋଇଥାଏ ବୋଲି ଗାଁ ଲୋକଙ୍କ ବିଶ୍ୱାସ । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଲା, ଯଦି ଜଣେ ଗର୍ଭବତୀ ମହିଳା ଏହି ମନ୍ଦିର ପାଖ ରାସ୍ତାରେ ଯାଆନ୍ତି, ତେବେ ତାଙ୍କର ସନ୍ତାନ ଜନ୍ମ ହେବା ପରେ ସେହିପିଲାର ଏଠାରେ ମୁଣ୍ଡନ କରାଯାଇଥାଏ । ଯଦି ଏହି ପରମ୍ପରାକୁ କେହି ଅମାନ୍ୟ କରନ୍ତି, ସେହି ପିଲାର କିଛି ଅଘଟଣ ଘଟିଥାଏ ବୋଲି ଗାଁ ଲୋକେ ବିଶ୍ୱାସ କରନ୍ତି ।

Leave A Reply

Your email address will not be published.