Latest Odisha News

BREAKING NEWS

ବର୍ଷେ ବଢ଼ିଲା କରୋନା କଟକଣା !

ଥିରୁଅନନ୍ତପୁରମ: ଦିନେ କି ମାସେ ନୁହେଁ ବର୍ଷେ ବଢ଼ିଲା କରୋନା କଟକଣା । ଆଗାମୀ ଏକ ବର୍ଷ ଯାଏଁ କୋଭିଡ ନିୟମ ମାନିବାକୁ ରାଜ୍ୟବାସୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତ ସରକାର । କରୋନା ସଂକ୍ରମଣ ଚେନ୍‌କୁ ରୋକିବା ପାଇଁ ଏଭଳି କଡା ନିଷ୍ପତ୍ତି ନେଇଛନ୍ତି କେରଳ ସରକାର । ଏନେଇ ରବିବାର କେରଳ ସରକାର ଘୋଷଣା କରିଛନ୍ତି ।

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିବ ବଢ଼ି ଚାଲିଛି । କରୋନାକୁ ରୋକିବା ପାଇଁ ଟୀକା ବାହାରିନି । ଏହାକୁ ଦୃଷ୍ଟିରେ ରଖି କେରଳ ସରକାର ଆସନ୍ତା ଜୁଲାଇ ୨୦୨୧ ଯାଏଁ କୋଭିଡ ନିୟମ ଅବଧିକୁ ବୃଦ୍ଧି କରିଛନ୍ତି । ରାଜ୍ୟବାସୀ ସାମାଜିକ ଦୂରତା, ମାସ୍କ ବ୍ୟବହାର, ସୀମିତ ଲୋକଙ୍କ ମଧ୍ୟରେ ବିବାହ, ଅନ୍ତିମ ସଂସ୍କାର, ଦୋକାନରେ ଜିନିଷ କିଣିବା ବେଳେ ଜାରି ହୋଇଥିବା ସବୁ ନିୟମ ମାନିବେ।

ସେହିପରି କେରଳକୁ ଆସିବା ପୂର୍ବରୁ ବିଦେଶୀ ଏବଂ ଅନ୍ୟ ରାଜ୍ୟର ଲୋକମାନେ କୋଭିଡ-୧୯ ଇ ପ୍ଲାଟଫର୍ମରେ ରେଜିଷ୍ଟ୍ରେସନ କରିବେ। ଏହି ସମୟରେ ରାଜ୍ୟ ସରକାରଙ୍କ ନିୟମ ମାନିବାକୁ ପଡ଼ିବ ବୋଲି ଉଲ୍ଲେଖ ରହିଛି। ସେହିପରି କେରଳରୁ ଅନ୍ୟ ରାଜ୍ୟକୁ ପରିବହନ ସେବା ଏବଂ ମାଲ ପରିବହନ ମଧ୍ୟ ବନ୍ଦ ରହିବ ।

Comments are closed.